ପୁରୀ (ଏଟିଆର ବ୍ୟୁରୋ): ବ୍ରହ୍ମବିଭ୍ରାଟ ପ୍ରସଙ୍ଗରେ କୌଣସି ପ୍ରକାରେ ସମାଧାନ ନହୋଇଥିବାରୁ । ପୁଣି ଏହି ମାମଲାକୁ ନେଇ ୯ ଜଣ ସେବାୟତଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏଥିରେ ୮ ଜଣ ଦଇତାପତି ସେବାୟତ ଥିବା ବେଳେ ଜଣେ ମହାରଣା ସେବାୟତ ଥିବା ଜଣାପଡିଛି । ସେଥିପାଇଁ ସେବାୟତଙ୍କୁ ମାତ୍ର ୧୫ ଦିନ ସମୟ ଦିଆଯାଇଛି । ଯଦି ସମୟ ଅନୁସାରେ ସେମାନେ ତାଙ୍କର ଜବାବ ନରଖନ୍ତି ତେବେ ତାଙ୍କ ବିରେଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।
ସୁଚନାଯୋଗ୍ୟ, ମହାପ୍ରଭୁଙ୍କ ନବକେଳବର ସମୟରେ ହୋଇଥିବା ଗୁପ୍ତ ସେବାରେ ଘଟ ପରିବର୍ତ୍ତନରେ ବିଳମ୍ବ ଦେଖାଦେଇଥିଲା । ଏହାର ସଠିକ୍ କାରଣ ଜାଣିବା ପାଇଁ ପ୍ରଶାସନ୍ ପକ୍ଷରୁ ସେବାୟତଙ୍କୁ ପ୍ରମାଣ ମଗାଯାଇଥିଲା । ଏନେଇ ସେବାୟତମାନେ ସନ୍ତୋଶଜନକ ଉତ୍ତର ଦେଇନଥିବାରୁ ସେଥିଲାଗି ପୁଣି ଥରେ ତାଙ୍କ ନାଁରେ ନୋଟିସ୍ ଜାରି କରାଯାଇଛି ।