ପୁରୀ ( ଏଟିଆର ବ୍ୟୁରୋ): ଛତିଶା ନିଯୋଗ ବୈଠକରେ ଯୋଗ ଦେଲେ ନାହିଁ କୌଣସି ନିଯୋଗ ବା ସେବାୟତ । ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଛତିଶା ନିଯୋଗ ବୈଠକ ଆଜି ହୋଇ ପାରିନାହିଁ । ତେବେ ଶ୍ରୀ ମନ୍ଦିରରେ ଶ୍ରୀ ମନ୍ଦିର ସତତ୍ୟପାଠକୁ ବିରୋଧ କରି ସେବାୟତ ମାନେ ଯୋଗ ଦେଇନଥିବା ଜଣାପଡିଛି । ତେବେ ଏ ନେଇ ପ୍ରଶାସକ କହିଛନ୍ତି ଏ ନେଇ କୌଣସି ସତ୍ୟପାଠ ଦିଆଯାଇ ନାହିଁ ବୋଲି କହିଛନ୍ତି ।
ସେବାୟତଙ୍କ ସଂଖ୍ୟାକୁ କମ କରିବା ପାଇଁ ପ୍ରଶାସନ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦିଆଯାଇଥିବା ଅଭିଯୋଗ ରେ ସେବାୟତ ବିରୋଧ କରି ଯୋଗ ଦେଇ ନଥିବା ସୂଚନା ମିଳିଛି । ସେହିଭଳି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ସତ୍ୟପାଠ ହୋଇନଥିବା ପ୍ରଶାସକ କହିଛନ୍ତି । ତେବେ ଆଜିର ଏହି ବୈଠକ ହୋଇନଥିଲେ ମଧ୍ୟ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟାରେ ଏହା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି ।