ପୁରୀ ( ଏଟିଆର ବ୍ୟୁରୋ): ରଥ ଯାତ୍ରାକୁ ନେଇ ବିବାଦ ଟଳି ନଥିବା ବେଳେ ପୁରୀରେ ଅନ୍ୟ ଏକ ଅଘଟଣ ଦେଖିବାକୁ ମିଳିଛି । ସେବକ ଇପସିତ ପ୍ରତିହାରଙ୍କ ଅଭିଯୋଗ ଗଣମାଧ୍ୟମରେ ପ୍ରକାଶ ପାଇଛି । ରାଜ୍ୟରେ କୋରନାଜନିତ ସମସ୍ୟା ଦେଖାଯାଉଥିବା ବେଳେ ରଥଯାତ୍ରାକୁ ନେଇ କିଛି ଦିନ ତଳେ ବିବାଦ ଟଳିନାହିଁ । ଅନ୍ୟପଟେ ଅନ୍ୟ ଏକ ବିବାଦ ସାମନାକୁ ଆସିଛି ।
ଚଳିତବର୍ଷ ରଥଯାତ୍ରାପାଇଁ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ଏଥି ସମେତ ରତ୍ନ ସିଂହାସନର ମଧ୍ୟ ମରାମତି ହୋଇଥିଲା । ମହାପ୍ରଭୁଙ୍କ ରତ୍ନ ସିଂହାସନରୁ ପଥର ଅପସାରଣ କଥା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେବକ ଜଣକ ସିଂହାସନ ସମ୍ମୁଖ ପଦ୍ମ ପାଖୁଡାରୁ ଅଧାପଥର କାଡି ନିଆଯାଇଛି ବୋଲି କହିଛନ୍ତି ।
ଏହି ପଥର କାହିଁକି କଢା ଗଲା ? କଣ ପାଇଁ ଏହା କରାଯାଇଛି ? ଏଥିପାଇଁ କାହାର ଅନୁମତି ନିଆଯାଇଛି ? ଏବଂ କଢା ଯାଇଥିବା ପଥର କାହାକୁ ହସ୍ତାନ୍ତର କରା ଯାଇଛି ତାହାର ତଦନ୍ତ କରାଯାଉ ବୋଲି ଶ୍ରୀ ପତିହାରୀ ଦାବି କରିଛନ୍ତି ।
ଏହିପରି ଅଭିଯୋଗ ସାମ୍ନାକୁ ଆସିବା ପରେ ଶ୍ରୀ ମନ୍ଦୀର ପ୍ରଶାସକ ଡାକ୍ତର କ୍ରିସାନ୍ କୁମାର ପରିଚାଳନା କମିଟି ବୈଠକରେ ଘଟଣାର ଅନୁସନ୍ଧାନ ଲାଗି ନିର୍ଦେଶ ଦେଇଛନ୍ତି ।