ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ କ୍ୱାରେଣ୍ଟାଇନ ଅବଧି ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡ. କେଶ୍ରୀନାଥ ରେଡ୍ଡୀ । ଶ୍ରୀ ରେଡ୍ଡୀ ୧୪ ଦିନ୍ରିା କ୍ୱାରେଣ୍ଟାଇନ ଅବଧିକୁ ୨୧ ଦିନକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ସେ ଏକ ଭିଡିଓ କନଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ତାଙ୍କ ମନ୍ତ୍ରୀ ପରିଷଦର ସହଯୋଗୀ, ପୁଲିସ ଡିଜି, ମୁଖ୍ୟ ଶାସନ ସଚିବ, ଓ ଜିଲ୍ଲାପାଳଙ୍କ ସହିତ କୋଭିଡ ନିୟନ୍ତ୍ରଣ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
ସେ ଆହୁରି ମଧ୍ୟ କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ପଦଷପକୁ ପ୍ରଶଂସା କରିଥିଲେ । ଶ୍ରୀ ରେଡ୍ଡୀ ସୂଚନା ଦେଇ କହିଛନ୍ତି ଏବେ ବିଭିନ୍ନ ଦେଶରେ ଟୀକା ପ୍ରସ୍ତୁତ ନେଇ ଗବେଷଣା ଚାଲିଛି । ଆଶା କରାଯାଉଛି ଆସନ୍ତା ସେପ୍ଟେମ୍ବର କି ଅକ୍ଟୋବର ସୁଦ୍ଧା ଟୀକା ପ୍ରସ୍ତୁତ ହୋଇଯିବ । ରୋଗଗଅନୁସନ୍ଧାନ ଓ ଗୋଷ୍ଠୀ ସଂକ୍ରମଣ କିଭଳି ରୋକାଯିବ ତା ଉପରେ ଅଧିକ ଗୁରୁତ୍ୱ ଦେବାକୁ ସେ କହିଛନ୍ତି । ପରିବହନମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।