ବାଲେଶ୍ୱର(ଏଟିଆର ବ୍ୟୁରୋ): ଆଜି ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିରୁ କ୍ୟୁଆରସାମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହି ପରିକ୍ଷଣ କରାଯାଇଛି । ଆଜି ସକାଳ ୧୧ଟା ୪୯ ମିନିଟରେ ଏହି ପରିକ୍ଷଣ କରାଯାଇଥିଲା । ଏହି କ୍ଷପଣାସ୍ତ୍ରକୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି । କ୍ୟୁଆରସାମ କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର ରହିଥିବାର ସୂଚନା ମିଳିଛି ।
ଏହି କ୍ଷେପଣାସ୍ତ୍ରଟି ଯେ କୌଣସି ସ୍ଥାନରୁ ମୋବାଇଲ ସାହାଯ୍ୟରେ ଲଞ୍ଚ କରାଯାଇ ପାରିବ । ଭାରତ ସରକାରଙ୍କ ଡିଆରଡିଓ, ଭାରତ ଇଲେକ୍ଟ୍ରେନିକ୍ସ ଓ ଭାରତ ଡାଇନାମିକସର ସହାୟତରେ କ୍ଷେପଣାସ୍ତ୍ରର ବିକାଶ କରାଯାଇଛି । ପୂର୍ବରୁ ଏହି ମିସାଇଲର ପ୍ରଥମ ପରିକ୍ଷଣ ୨୦୧୭ ଜୁନ ୪ତାରିଖରେ କରାଯାଇଥିଲା । ତେବେ ଆଜି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର କୁଇକଇ ରିଆକସନ ସରଫେସ ଟୁ ଏୟାର ମିସାଇଲ ସଫଳତାର ସହିତ ଲକ୍ଷ୍ୟ ଭେଦ କରିଛି ।