ଭୁବନେଶ୍ୱର(ଏଟିଆର ବ୍ୟୁରୋ):କୁହାଯାଏ ଓଡ଼ିଆ ମାନଙ୍କର ଧର୍ମ ମାସ ହେଉଛି କାର୍ତ୍ତିକ ମାସ । ଏହି ମାସରେ ଭଗବାନ ଜଗନ୍ନାଥଙ୍କୁ ଦର୍ଶନ କଲେ ପୁଣ୍ୟ ମିଳିଥାଏ । କିନ୍ତୁ କରୋନା ମହାମାରୀ ଏ ବର୍ଷ ସବୁ ପୈାରାଣିକ ରିତି ନୀତି ଉପରେ ବ୍ରେକ ଲଗାଇଛି ।ଆଜି ଅଁଳା ନବମୀରେ ପୁରୀ ସାକ୍ଷୀ ଗୋପାଳରେ ଥିବା ସାକ୍ଷୀଗୋପିନାଥଜୀୟୁ ମନ୍ଦିରରେ ରାଧା ପାଦ ଦର୍ଶନ ନୀତି ହୋଇଥାଏ ।
ଏଠାରେ ପ୍ରତିବର୍ଷ ଆଜିର ଦିନରେ ଶ୍ରୀ ରାଧାଙ୍କ ପାଦ ଦର୍ଶନ ପାଇଁ ଦେଶର କୋଣଅନୁକୋଣରୁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥାଏ । କିନ୍ତୁ ଏ ବର୍ଷ ସାଧାରଣ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଦର୍ଶନ ବନ୍ଦ ହେବା ସହ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଏଥି ପାଇଁ ରବିବାର ମଧ୍ୟରାତ୍ରୀରୁ ମନ୍ଦିର ପରିସରରେ ୨୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି ।
ଏହି କଟକଣା ଆସନ୍ତା ବଡ଼ ଓସା ପର୍ଯ୍ୟନ୍ତ ବଳବତ୍ତରହିବ ବୋଲି କୁହାଯାଇଛି ।ଏଥର କେବଳ ସେବାୟତ ମାନେ ମନ୍ଦିରକୁ ଯାଇ ନୀତିକାନ୍ତି କରୁଛନ୍ତି ।ଚନ୍ଦନ ପୋଖରୀ ଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି ।