ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଭାରତ ଆଜି ପ୍ରଥମ ଥର ପାଇଁ ରାଫେଲ ଲଢୁଆ ବିମାନ ଉଡାଇବା ସହ ଟି -୯୦ ଟ୍ୟାଙ୍କ , ଇଲେକଟ୍ରୋନିକ ଯୁଦ୍ଧକ ପ୍ରଣାଳୀ , ସୁଖୋଇ -୩୦,ଏମକେ ଲଢୁଆ ବିମାନ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ସହ ଶକ୍ତି ପ୍ରଦର୍ଶନ କରିଛି ସେନା ।
ପରେଡରେ ବ୍ରହ୍ମୋସ୍ ଏବଂ ତେଜସ କ୍ଷେପଣାସ୍ତ୍ର ସାମିଲ କରାଯାଇଛି ।ରାଜପଥରେ ୧୭ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ , ପ୍ରତିାକ୍ଷା ମନ୍ତ୍ରାଳୟା ୬ ଟି ମେଢ ,ଅର୍ଦ୍ଧସୈନିକ ବଳର ୯ ଟି ମେଢ ସମେତ ୩୨ ଟି ପ୍ରଜ୍ଞାପନ ମେଢ଼ରେ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଆର୍ଥିକ ପ୍ରଗତି ଏବଂ ପ୍ରତିରକ୍ଷା ପରାକ୍ରମ ବର୍ଣ୍ଣିତ ହୋଇଛି।
ପରେଡରେ ମାତ୍ର ୪ ଟି ସ୍କୁଲ ର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପଦର୍ଶନ କରିବେ । ଏଥିରେ ଓଡିଶାର କଳାହାଣ୍ଡି ଜିଲ୍ଲାର ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ । ପରେଡରେ ୨୫ ହଜାର ଦର୍ଶକ ଉପସ୍ଥିତ ରହିବେ । ଏହି ଜାତୀୟ ଉତ୍ସବରେ ‘ଫିଟ୍ ଇଣ୍ଡିଆ ମୋଭ୍ମେଣ୍ଟ୍’ ଏବଂ ‘ଆତ୍ମନିର୍ଭର ଭାରତ’ ମଧ୍ୟ ପ୍ରଦର୍ଶନ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।
ବାଂଲାଦେଶ ସେନାର ୧୨୨ ଜଣ ଯବାନ ମଧ୍ୟ ରାଜପଥରେ ମାର୍ଚ କରିବେ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଛି । ପରେଡ ସମୟରେ ସ୍ଥଳ ସେନା ନିଜା ମୁଖ୍ୟ ଟ୍ୟାଙ୍କ ଟି-୯୦ ଭୀଷ୍ମ , ଇନଫେଣ୍ଟ୍ରି କମ୍ବାଟ ବାହାନ , ବିଏମପି -୨ ସରଥ , ବ୍ରହ୍ମୋସ ମିଶାଇଲର ମୋବାଇଲ ପ୍ରକ୍ଷେପଣ ପ୍ରଣାଳୀ ସମେତ ଅନ୍ୟ ଶକ୍ତି ପ୍ରଦର୍ଶନ କରିବ ।