ସମ୍ବଲପୁର(ଏଟିଆର ବ୍ୟୁରୋ): ପୁଣି ଥରେ ସମ୍ବଲପୁର ବୁର୍ଲା ଭୀମସାରରେ ରାଗିଂ ଅଭିଯୋଗ । । କିଛି ଦିନ ପୂର୍ବେ ଏମ୍ବିବିଏସ୍ ଚତୁର୍ଥ ବର୍ଷର ଛାତ୍ର ଏମ୍ବିବିଏସ୍ର ୨ୟ ବର୍ଷ ଛାତ୍ରଙ୍କ ହଷ୍ଟେଲକୁ ପଶି ଗାଲିଗୁଳଜ କରିଥିଲେ । ଯାହାଫଳରେ ୨ୟ ବର୍ଷର ଛାତ୍ରମାନେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ।
ଦ୍ୱିତୀୟ ବର୍ଷ ଛାତ୍ର କତ୍ତୃପକ୍ଷକୁ କଣ ପାଇଁ ଜଣାଇଲେ କହି ବୁଧବାର ବିଳମ୍ବିତ ରାତିରେ ଛାତ୍ରବାସର ୪ ଓ ୬ ନମ୍ବର ରୁମକୁ ପୁଣି ଚତୁର୍ଥ ବର୍ଷ ଛାତ୍ର ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ସେଠାରେ ଶୋଇଥିବାବେଳେ କିଛି ଛାତ୍ରଙ୍କୁ ଅର୍ଧନଗ୍ନ କରି ମାଡ ମାରିଥିବାର ଅଭିଯୋଗ ହୋଇଛି ଜ୍ଝ ଘଟଣା ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଛି । ତେବେ ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ଭୀମସାର ଅଧ୍ୟକ୍ଷ ଡାକ୍ତର ଜୟଶ୍ରୀ ଦୋରା କହିଛନ୍ତି ।