ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ୨୫ ତାରିଖରେ ଓଡିଶାଗସ୍ତରେ ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ପାରାଦୀପ ଠାରେ କର୍ମୀ ସମ୍ମିଳନୀରେ ଯୋଗ ଦେବେ ବୋଲି ଦିଲ୍ଲୀରୁ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ ରାହୁଲ ଗାନ୍ଧୀ ରାଷ୍ଟ୍ରୀୟ ସଭାପତି ହେବା ପରେ ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି । ଏହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଓଡିଶା କଂଗ୍ରେସ କର୍ମୀ । ଏବେ ସମସ୍ତଙ୍କ ନଜର ୨୦୧୯ ସାଧାରଣ ନିର୍ବାଚନ ପାଇଁ ଓଡିଶାରେ କର୍ମୀଙ୍କୁ କଣ ମନ୍ତ୍ର ପଢ଼ାଇବେ ରାହୁଲ ।
ନିକଟରେ ଓଡିଶାଗସ୍ତରେ ନରେନ୍ଦ୍ର ମୋଦି ୨ ଥର ଆସି କର୍ମୀ ସମ୍ମିଳନୀ କରିଥିବା ବେଳେ ଏବେ ଓଡିଶା ଉପରେ ରାହୁଲଙ୍କ ନଜର ପଡିଛି । ମାଳ ମାଳ କେନ୍ଦ୍ରୀୟ ନେତା ବାରମ୍ବାର ଓଡିଶା ଆସିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାହୁଲଙ୍କ ଗସ୍ତରେ ବେଶ ଖୁସି ଅଛନ୍ତି କର୍ମୀ । ନିକଟରେ ୩ ରାଜ୍ୟରେ କଂଗ୍ରେସ ସରକାର ଆସିଥିବା ବେଳେ ଓଡିଶା ଉପରେ ନଜର ରଖି ରାହୁଲ ଆସୁଥିବା ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି ।