ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦିନିକିଆ ଓଡିଶା ଗସ୍ତରେ ଆସିଥିବା କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଉଭୟ କେବଳ କଥା କୁହା କପିଳା । ଏଭାନେ କୌଣସି କାମକୁ ନୁହେଁ ବୋଲି କହିଛନ୍ତି ରାହୁଲ । ଭୁବନେଶ୍ୱର ମେ ଫେୟାର ହୋଟେଲରେ ଆୟୋଜିତ ‘ଟାଉନ ହଲ’ ଓଡ଼ିଶା ସୋ’ ଦ ୱେ କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ ସିଧା କେନ୍ଦ୍ରକୁ ନିଶାନା କରିଛନ୍ତି । ବୁଦ୍ଧିଜୀବୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା ସମୟରେ ଅନେକ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଦେଶରେ ନିଯୁ୍କ୍ତି ସୁଯୋଗ ନଥିବାରୁ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ଚୀନ ତୁଳନାରେ ଭାରତରେ ନିଯୁକ୍ତି ହାର କମ । ନିଯୁକ୍ତି ବଡ଼ ସମସ୍ୟା ନୁହେଁ ବଡ଼ ସମସ୍ୟା ହେଉଛି ତମେ କଣ ଉତ୍ପାଦନ କରୁଛ ଆଉ ସେଥିରେ କେଉଁ ଜ୍ଞାନକୌଶଳ ଲାଗିଛି ବୋଲି ରାହୁଲ କହିଛନ୍ତି । ‘ନୀରବ ମୋଦି, ବିଜୟ ମାଲ୍ୟା ଦେଶରୁ କୋଟି କୋଟି ଟଙ୍କା ନେଇ ଫେରାର ଅଛନ୍ତି ।
ତେବେ ରାହୁଲଙ୍କ ନଜରରୁ ହଟି ନାହାଁନ୍ତି ନବୀନ ପଟ୍ଟନାୟକ । ନବୀନ ଏବଂ ନରେନ୍ଦ୍ର ମୋଦି ଗୋଟିଏ ରାସ୍ତାରେ ଚାଲୁଥିବା କହି ବିଜେଡି-ବିଜେପି ମଧ୍ୟରେ ଭିତିରି ସମ୍ପର୍କ ଥିବା କହିଛନ୍ତି ରାହୁଲ । ନବୀନ ପଟ୍ଟନାୟକ ଓଡିଶାରେ ଏକଛତ୍ରବାଦ ଶାସନ ଚଳାଉଛନ୍ତି । ଦୀର୍ଘ ଦିନ ହେବ ଶାସନରେ ରହିଥିବାରୁ ସେ ମନମୁଖୀ ଶାସନ କରୁଛନ୍ତି । ଯାହାଦ୍ୱାରା ଲୋକମାନେ ବହୁତ ଅସୁବିଧାର ସମୁଖୀନ ହେଉଛନ୍ତି ଏଣୁ ଆମେ ଏଥିରୁ ଲୋକଙ୍କୁ ମୁକ୍ତି କରିବୁ ବୋଲି କହିଛନ୍ତି ରାହୁଲ । ରାହୁଲଙ୍କ ଗସ୍ତକୁ ଲକ୍ଷ କରି ନବୀନ ପୁରୀରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା କାଳିଆ ଯୋଜନା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏଣୁ ନବୀନଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ରାଜ୍ୟ ସରକାର ଆଗରୁ କେଉଁଠି ଶୋଇଥିଲେ । ଏବେ ନିଦ ଭାଙ୍ଗିଲା ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।
କଂଗ୍ରେସ ସବୁବେଳେ ଚାଷୀଙ୍କ ସହ ଥିଲା ଏବଂ ରହିଥିବ । ମାତ୍ର ବିଜେଡି ସରକାର କଂଗ୍ରେସର ନୀତି ଆପଣେଇଛି । ଦୀର୍ଘ ଦିନ ଶାସନରେ ରହିଥିଲେ ମଧ୍ୟ ଚାଷୀଙ୍କ କଥା ମନେପଡିନଥିଲା । ମାତ୍ର ନିର୍ବାଚନ ପାଖେଇ ଆସୁଥିବାରୁ ଅଚାନକ ଚାଷୀଙ୍କ କଥା ପଡିକି? ଏଭଳି ପ୍ରଶ୍ନ କରିଛନ୍ତି ରାହୁଲ । ନିକଟରେ ୩ଟି ରାଜ୍ୟରେ ଚାଷୀଙ୍କ ପାଇଁ ଭଲ ଯୋଜନା ଘୋଷଣା କରି ଶାସନକୁ ଫେରିଛି କଂଗ୍ରେସ । ଛତିଶଗଡରେ ଚାଷୀଋଣ ଛାଡ ଘୋଷଣା ହେବା ପରେ ଓଡିଶାରେ କାଳେ କଂଗ୍ରେସ କିଛି ବଡ ଘୋଷଣା କରିଦେବ ଏବଂ ଭୋଟରମାନେ ରାହୁଲଙ୍କ ପ୍ରତି ମନ ବଳେଇବେ ସେ ଭୟରେ ରାଜ୍ୟ ସରକାର ରାହୁଲ ଓଡିଶା ଆସିବା ପୂର୍ବରୁ ଚାଷୀଙ୍କ ପାଇଁ କାଳିଆ ଯୋଜନା ଘୋଷଣା କରିଥିବା ଅଭିଯୋଗ କରିଛି କଂଗ୍ରେସ । ସେପଟେ ବିଜେପି ଓ ମୋଦିଙ୍କ ସହ ଆରଏସଏସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାହୁଲ ଗାନ୍ଧି । ସରକାର ଉପରେ ଆରଏସଏସର ପ୍ରଭାବ ପଡ଼ୁଛି । ମୋଦିଙ୍କ ମନ୍ତ୍ରିମଣ୍ଡଳ ତାଙ୍କ ବିରୋଧରେ ଅଛି । କିନ୍ତୁ ସେମାନେ ଭୟରେ କିଛି କହୁ ନାହାନ୍ତି, ପାଟି ଚୁପ ରଖିଛନ୍ତି କହି ରାହୁଲ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।ମୋଦି ନିଜକୁ ନିଜେ ସବୁ ଜାଣନ୍ତି ବୋଲି ଭାବୁଛନ୍ତି, ସେଇଥିପାଇଁ କାହାରି ମତ ଲୋଡ଼ୁ ନାହାନ୍ତି । ଏହାହିଁ ତାଙ୍କ ଆଉ ଆମ ଭିତରେ ଫରକ ବୋଲି ରାହୁଲ କହିଛନ୍ତି ।