ରାୟଗଡା(ଏଟିଆର ବ୍ୟୁରୋ): ଗତଦୁଇ ଦିନ ତଳେ ରାୟଗଡା ପୋଲିସ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଉଠାଇ ନେଇଥିଲା । ୨୦୧୬ରେ ମସିହାରେ ହୋଇଥିବା ଏକ ଡବଲ ମର୍ଡର ମାମଲାରେ ପୋଲିସ ଅନୁପଙ୍କୁ ପଚରାଉଚରା କରୁଥିଲା । ତେବେ ଗତକାଲି ରାୟଗଡା ପୋଲସି ଅନୁପଙ୍କୁ ଗିରଫ କରିଥିଲା । ଆଜି ରାୟଗଡା ଏସପି ଅନୁପ ଛତିଶଗଡରେ ମିଳିଥିବା ମା ଓ ଝିଅଙ୍କର ହାତ୍ୟା ମାମଲାରେ ଜଡିତ ଥିବାର ପ୍ରମାଣ ପାଇଥିବାରୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ରାୟଗଡା ଏସପି ସନ୍ତୋଷ ସିଂଙ୍କ କହିବା ଅନୁସାରେ ମୃତ କଳ୍ପନା ଦାସଙ୍କ ସହ ଅନୁପଙ୍କର ଅବୈଧ ସଂପର୍କ ଥିଲା ।
ଅନୁପ ମୃତ କଳ୍ପନାଙ୍କ ସହ ଲିଭ ଇନ ରିଲେସନ ସିପିରେ ରହୁଥିଲେ । ଅନୁପ ଏହି ଖୁଲାସ ପୋଲିସର ପଚରାଉଚରା ସମୟରେ କରିଛନ୍ତି । ତେବେ ମୃତ ଦେହ ମିଳିବାର ୬ ମାସ ପର୍ଯ୍ୟନ୍ତ ମା ଓ ଝିଅଙ୍କର ପରିଚୟ ମିଳି ନଥିଲା । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ଚଲାଇ ଥିଲା । କିଛି ଦିନ ପରେ ମୃତ କଳ୍ପନାଙ୍କ ଭାଇ ପୋଲିସ ପାଖରେ ପହଞ୍ଚି ପୋଲିସଙ୍କୁ କଳ୍ପନା ଓ ଅନୁପ ସମ୍ପର୍କ ବିଷୟରେ କହିଥିଲେ । ଏହି ମାମଲାରେ ପୋଲିସ ୬ଟି ରାଜ୍ୟର ପ୍ରାୟ ୭ଶହ ଲୋକଙ୍କୁ ଜେରା କରିଥିଲା । ସମସ୍ତ ତଥ୍ୟ ପ୍ରମାଣ ଆଧାରରେ ପୋଲିସ ମାମଲାରେ ଅନୁପଙ୍କ ସଂପୃକ୍ତି ରହିଥିବା ଜାଣିପାରିଥିଲା । ଏହାପରେ ଅନୁପଙ୍କୁ ଗିରଫ କରିଥିଲା ରାୟଗଡା ପୋଲିସ ।