ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।ରେଳ ମନ୍ତ୍ରାଳୟର ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳମଣି ଗୋପବନ୍ଧୁ ଦରସଙ୍କ ଦ୍ୱାରା ପ୍ରତିଷ୍ଠା ପୁରୀ ସତ୍ୟବାଦୀ ବକୁଳ ବିଦ୍ୟାଳୟ ପରିଦର୍ଶନ କରିବେ । ଏବଂ ତାଙ୍କ ସହ ରେଳ ମନ୍ତ୍ରୀ ମଧ୍ୟ ବିଦ୍ୟାଳୟ ପରିଦର୍ଶନ କରିବେ ।
ଫୋକସରେ ରହିଛି ଦକ୍ଷିଣ ଓ ପଶ୍ଚିମ ଓଡିଶା । ରାୟଗଡା, କୋରାପୁଟ, ନବରଙ୍ଗପୁର ଗସ୍ତ ପରେ ୨୨ରେ ବଲାଙ୍ଗୀର ଗସ୍ତ କରିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବିଭିନ୍ନ ସ୍ଥାନରେ ରୋଡ ସୋ ଓ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବା ସହ ବଲାଙ୍ଗୀର-ଖୋର୍ଦ୍ଧା ରେଳଲାଇନ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିପାରନ୍ତି । ୨୮ବର୍ଷ ହେଲା ପ୍ରକଳ୍ପ କମା ଶେଷ ହୋଇପାରୁନଥିବାରୁ ନୂଆ ମନ୍ତ୍ରୀଙ୍କଠାରୁ କିଛି ଆଶା କରାଯାଉଛି । ଅଟକି ଯାଇଥିବା କାର୍ଯ୍ୟକୁ ତ୍ୱରାନିତ କରିବାକୁ କି କି ପଦକ୍ଷେପ ନେବେ କେନ୍ଦ୍ର ରେଳମନ୍ତ୍ରୀ ତା ଉନରେ ସମସ୍ତଙ୍କ ଦୃଷ୍ଟି ରହିଛି ।
୨୮ ବର୍ଷରେ ବଲାଙ୍ଗୀରଠାରୁ ବିଛୁପାଲି ମାତ୍ର ୧୬ କିଲୋମିଟର ରେଳ ଗଡିଛି । ସେହିପରି ଖୋର୍ଦ୍ଧା ରୋଡରୁ ନୟାଗଡକୁ ମାତ୍ର ୬୫ କିଲୋମିଟର ରେଳ ଚଳାଚଳ କରୁଛି । ଆଗକୁ ସୋନପୁର ଓ ବୌଦ୍ଧ ଜିଲ୍ଲା ଯାଏ କାମ ତ୍ବରାନ୍ବିତ ପାଇଁ ଦାବି ହୋଇଥିଲେ ବି ଏଯାଏ ଆରମ୍ଭ ହୋଇପାରନି ।