ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରେଳ ମନ୍ତ୍ରାଳୟ ପକ୍ଷରୁ ଯାତ୍ରୀଙ୍କ ପାଇଁ ନୂତନ ବ୍ୟବସ୍ଥା । ଓଡିଶାରେ ଗଡିବ ଲକ୍ସଜୁରୀ ଟ୍ରେନ୍ । ଏନେଇ ରେଳ ବିଭାଗ ପକ୍ଷରୁ ଓଡିଶା ସରକାରଙ୍କୁ ସ୍ୱତନ୍ତ୍ର ପ୍ରସ୍ତାବ ଦିଆଯାଇଛି ।
ବିଦେଶୀ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ଏହି ସେବା ଆରମ୍ଭ ହେବାକୁ ଯାଉଛି । ରେଳ ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କର ମିଳିତ ଆନୁକୂଲ୍ୟରେ ପ୍ୟାଲେସ ଅନ୍ ହୁଇଲ୍ ଢାଞ୍ଚାରେ ଲକ୍ସଜୁରୀ ରେଳ ସେବାର ଯୋଜନା ଚାଲିଛି । ଏନେଇ ରେଲବିଭାଗ ଅଧିକାରୀ ସଞ୍ଜିବ ଗାର୍ଗ ଓଡିଶାର ମୁଖ୍ୟ ସଚିବ ଆଦିତ୍ୟ ପାଢୀଙ୍କ ସହ ଆଲୋଚନା କରିଛନ୍ତି ।
ବର୍ତ୍ତମାନ ଦେଶରେ ୫ଟି ଲକ୍ଜୁରୀ ଟ୍ରେନ ଚଳାଚଳ ହେଉଛି । ଯେପରିକି ମହାରାଜା ଏକ୍ସପ୍ରେସ୍, ପ୍ୟାଲେସ ଅନ୍ ହୁଇଲସ୍, ଡେକାନ ଓଡିଶେ, ଗୋଲଡେନ୍ ଚାରିଅଟ୍ ଏବଂ ହେରିଟେଜ୍ ପ୍ୟାଲେସ୍ । ଏହି ଟ୍ରେନ ଗୁଡିକ ଖୁବ୍ ଲୋକପ୍ରିୟ ହୋଇଛି ।
ସାଧାରଣତଃ ଲକ୍ଜୁରୀ ଟ୍ରେନରେ ବିଭିନ୍ନ ସୁବିଧା ପାଇଁ ୯ଟି କୋଚ୍ ଥାଏ । ଏବଂ ଯାତ୍ରୀଙ୍କ ନିମନ୍ତେ ୧୨ ରୁ ୧୩ ଟି କୋଚ୍ ରହିଥାଏ । ପ୍ରତ୍ୟେକ କୋଚ୍ ରେ ୮୮ ଜଣ ଯାତ୍ରୀ ଯାତ୍ରା କରିପାରିବେ । ଗୋଟେ କୋଚ୍ରେ ହାରାହାରି ୨.୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହିଭଳି ଟ୍ରେନକୁ ଲକ୍ସଜୁରୀ ଟ୍ରେନ ବୋଲି କୁହାଯାଏ । ଏହାକୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନରେ ସଂଯୋଗ କରାଯିବ ଯେପରିକି ଚାନ୍ଦିପୁର, ଭିତରକନିକା, ଶିମିଳିପାଳ, କୋଣାର୍କ, ପୁରୀ, ବାଲୁଗାଁ, ଚିଲିକା ଏବଂ ସମ୍ବଲପୁର ।