ଭୁବନେଶ୍ୱର, (ଏଟିଆରବ୍ୟୁରୋ): ଗାଡି ନମ୍ବର ଓଡି ୦୨ଏଜି ୮୩୮୯ । ନମ୍ବର ପ୍ଲେଟରେ ଲେଖା ରହିଛି ମିନିଷ୍ଟ୍ରି ଅଫ୍ ରେଲୱେ । ତାହା ଉପରକୁ ପୁଣି ଲେଖା ରହିଛି ଅନ ଡ୍ୟୁଟି । ହେଲେ ଏହି ଅନ ଡ୍ୟୁଟି କେମିତି ହେଉଛି ତାହା ହିଁ ଏ ଫଟୋ ବୟାନ କରୁଛି ।
ଫୁଲସଜା ହୋଇଥିବା ଏହି ସରକାରୀ ଗାଡି ଲାଗିଛି ବର ସେବାରେ । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ସବୁଠି ଚର୍ଚ୍ଚା ଜୋର ଧରିଛି । ରେଲୱେ ମିନିଷ୍ଟି ଉପରେ ଆଙ୍ଗୁଳି ଉଠିଛି ।
ପ୍ରଶ୍ନ ଉଠିବା ସ୍ୱାଭାବିକ ନିଜର ବ୍ୟକ୍ତିଗତ କାମରେ କେମିତି ଲାଗିପାରୁଛି ଏହି ସରକାରୀ ଗାଡି? ବ୍ୟକ୍ତିଗତ କାମରେ ଗାଡି ଲଗାଇଥିବା ଏହି ବଡ଼ ବାବୁ ଜଣଙ୍କ କିଏ? ମାଛ ତେଲରେ ମାଛ ଭାଜିବା ଭଳି ସରକାରୀ ତେଲରେ ବର ନେବା ପଛରେ କେତେ ମୋଟା ମାଲ ମିଳିଛି? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଛି ।