ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁଣି ହେବ ବର୍ଷା । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଶୀତ ସାଙ୍ଗକୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ । କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ ଜିଲ୍ଲାରେ ବର୍ଷା ହେବା ଆଶଙ୍କା ରହିଛି । ସେହିଭଳି ଆସନ୍ତା ୮ ତାରିଖ ବେଳକୁ ଉପକୂଳ ଓଡିଶାରେ କେତେକ ସ୍ଥାନରେ ବର୍ଷା ହୋଇପାରେ । ଅନ୍ୟପ୍ଣଙ୍କ ଏବେ ମଧ୍ୟ ରାଜ୍ୟରେ ଶୀତ ପୁଣି ବଢିଛି ।
ସକାଳୁଆ ପାଗ କୋହଲା ରହିବା ସହିତ ଘନ କୁହୁଡି ମଧ୍ୟ ଦେଖା ଦେଉଛି । ଛତିଶଗଡ ଓ ଓଡିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେଉଛି । ଗତକାଲି ମଧ୍ୟ ପୁରୀ ଓ କାଟକପୁରରେ ଘନ କୁହୁଡି ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ୭ରୁ ୯ତାରିଖରେ ପାଗ ଅଧିକ କୋହଲା ରହିବ। ଏହି ସମୟରେ ରାତିର ତାପମାତ୍ରା ବଢ଼ିବ ନାହିଁ। କିନ୍ତୁ ଦିନର ତାପମାତ୍ରା କମିବାରୁ କୋହଲା ପାଗ ରହିବ। କେତେକ ସ୍ଥାନରେ ଦିନର ତାପମାତ୍ରା ୧୬ଡିଗ୍ରିକୁ ଖସିପାରେ।