ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏଥର ବଡ ଦିନକୁ ରାଜ୍ୟରେ ବର୍ଷା ହୋଇପାରେ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ରୁ ୨୭ ତାରିଖ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇପାରେ । ଭୂମଧ୍ୟ ସାଗରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ଝଡ ଏବେ ପୂର୍ବାଞ୍ଚଳ ମୁହାଁ ହୋଇଛି । ଯାହାର ପ୍ରଭାବରେ ଉତ୍ତରପୂର୍ବ ଭାରତରେ ବର୍ଷା ହେବ । ସ୍ଥାନେସ୍ଥାନେ ତୁଷାରପାତ ମଧ୍ୟ ହୋଇପାରେ ।
ଏହି ସମୟରେ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ସମ୍ବଲପୁର, ଢେଙ୍କାନାଳ,ଅନୁଗୋଳ, ଯାଜପୁର ଏବଂ କଟକ ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ହେବା ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଗତ ଗୋଟିଏ ସପ୍ତାହ ହେଲା ରାଜ୍ୟରେ ଅଧିକ ଶୀତ ଅନୁଭୂତ ହେଉଛି । ତେବେ ଆଗକୁ ଯଦି ୩ ଦିନ ବର୍ଷା ଲାଗି ରୁହେ ଏହାର ପ୍ରଭାବରେ ଶୀତ ଅଧିକ ହେବ । ରାଜ୍ୟର ୩ ଟି ସହରରେ ଏବେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ସେ ସବୁ ଜିଲ୍ଲା ଗୁଡିକ ହେଲା ଅନୁଗୁଳ, ଫୁଲବାଣୀ, ସୁନ୍ଦରଗଡ ।