ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବ୍ୟାତ୍ୟାର ରୂପ ନେଇ ତାର ପ୍ରଭାବ ଦେଖାଇଲାଣି । ଆଜି ସକାଳୁ ସକାଳୁ ଏହାର ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହୋଇଗଲାଣି । ସକାଳୁ ସକାଳୁ ପାଗ ମେଘୁଆ ରହିିଛି । ସୂଚନା ଅନୁସାରେ ପାରାଦୀପ ଠାରୁ ଏବେ ୪୫୦ କିଲୋମିଟର ଦୂରରେ ରହିଛି ବୁଲବୁଲ । ଯାହାର ଘଣ୍ଟାପ୍ରତି ବେଗ ରହିଛି ୧୦ କିଲୋମିଟର । ପାରାଦୀପରେ ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି ।
ପୁରା ୨ ଦିନ ଏହାର ପ୍ରଭାବରେ ବର୍ଷା ଲାଗି ରହିବ ବୋଲି ଅନୁମାନ କରାଯାଉଛି । ଆସନ୍ତା ୧୦ ତାରିଖ ବେଳକୁ ଏହା ପଶ୍ଚିମ ବାଂଲାଦେଶ ଆଡକୁ ଗତି କରିବ ବୋଲି ଅନୁମାନ କରଯାଉଛି । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ସେହିପରି ୯ ତାରିଖ ଲାଗି ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଜଗତସିଂହପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।ଅନ୍ୟପେଓ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଓଡିଶା ଯେପରି ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ ଗୁଡିକୁ ଛୁଟି ରଖିବାକୁ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତା ୨ଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ମୁତାବକ, ବାତ୍ୟା ଏବେ ଉତ୍ତର ଦିଗ ଆଡକୁ ଗତି କରୁଛି । ନଭେମ୍ବର ୯ରେ ଉତ୍ତର – ପୂର୍ବକୁ ‘ବୁଲବୁଲ’ ଗତି କରିବାକୁ ଥିବା ବେଳେ ଏହା ପ୍ରଭାବରେ ଘଣ୍ଟାକୁ ୫୫ରୁ ୬୫ କିଲୋମିଟର ବେଗରେ ପବନ ବୋହିବ ଯାହା ଅପରାହ୍ନ ବେଳକୁ ୭୦ରୁ ୮୦ କିଲୋମିଟର ବେଗ ରହିବ ।