ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠାରୁ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହୋଇପାରେ । ଗତକାଲି ଠାରୁ ପାଗ ସାମାନ୍ୟ ମେଘୁଆ ରହିଛି । ତେଣୁ ଘୋଡାଇ ରଖିଥିବା ପାଗ ହେତୁ ଆଜି ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ଆଜି କେନ୍ଦୁଝର, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରେ ବର୍ଷା ହେବା ଅନୁମାନ କରାଯାଉଛି । ଅନ୍ୟପଟେ ଏବେ ରାଜ୍ୟରେ ହାଡ ଭଙ୍ଗା ଜାଡ ଅନୁଭୂତ ହେଉଛି ।
ତେଣୁ ବର୍ଷା ହେଲେ ପୁଣି ଶୀତ ଅସହ୍ୟ ହୋଇପାରେ । ଯାହାକୁ ନେଇ ସାଧାରଣ ଲୋକ ଏବେ ଚିନ୍ତାରେ ରହିଛନ୍ତି । ଆଗାମୀ ୨ ଦିନ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ । ଏହି ୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି ଯାଇଛି । ତେବେ ଏହାର ପ୍ରଭାବରେ ଆସନ୍ତା ୫ ତାରିଖ ବେଳକୁ ଅଧିକ ଶୀତ ବଢିବ ବୋଲି ଅନୁମାନ କରାଯାଉଛି ।