ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଚାରି ପାଞ୍ଚ ଦିନ ହେଲା ଏ ଖରାଟିଆ ପାଗରୁ ଟିକେ ମୁକ୍ତି ମିଳିଲା । ଆଜି ଚାରି ଆଡେ ଏଇ ଗୋଟିଏ କଥା ଶୁଣିବାକୁ ମିଳୁଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ କାଲି ରାତିରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଯାହା ଫଳରେ ଆଜି ପାଗ କୋହଲା ରହିଛି । ପାଣି ପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୩୦ ତାରିଖ ଠାରୁ ରାଜ୍ୟରେ ବର୍ଷାର ମାତ୍ରା ବଢିବ । ଯାହା ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ।
ଯାହା ଫଳରେ ଦୁର୍ବଳ ହୋଇଥିବା ମୌସୁମୀ ବାୟୁ ପୁଣି ସକ୍ରିୟ ହେବ । ସେହିଭଳି ଏବେ ବାୟୁମଣ୍ଡଳ ଉପରସ୍ତରରେ ଏକ ମନସୁନ ଟ୍ରମ୍ପଲାଇନ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ସେହିଭଳି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।
୩୦ ତାରିଖ ପରେ କେତେକ ଜିଲ୍ଲାରେ ଅଧିିକ ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ସମୁଦ୍ର ଉପକୂଳ ବର୍ତ୍ତୀ ଜିଲ୍ଲା ମାନଙ୍କରେ ଅଧିକରୁ ଅଧିକ ବର୍ଷା ହେବା ଆଶଙ୍କା କରାଯାଉଛି । ସେହିଭଳି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବା ଆରମ୍ଭ ହୋଇଯିବ ।