ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆମ ଦେଶରେ ଦିନକୁ ଦିନ ଦୁର୍ଷ୍କମ ଶିକାର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଏହାକୁ ନେଇ କେତେ ବେଳେ ପୀଡିତା ନ୍ୟାୟ ପାଉଛି ତ କେତେ ବେଳେ ବିନା ନ୍ୟାୟରେ ନିରାଶ ହୋଇ ମରିଯାଉଛନ୍ତି । ସେହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାରେ । ବିଶ୍ୱାସରେ ବିଷ ଦେଇ ଜଣେ ସମ୍ପର୍କୀୟ ଦ୍ୱାରା ଦୁର୍ଷ୍କମର ଶିକାର ହେବା ପରେ ପୀଡିତା ଯାଇ ଥାନାରେ ଏହି ବାବଦରେ ଅଭିଯୋଗ କଲେ । ହେଲେ ତାଙ୍କ ଅଭିଯୋଗକୁ ତର୍ପରତାର ସହିତ ଗ୍ରହଣ କରି ନଥିଲା ପୋଲିସ । ଏହି ଲଜ୍ଜାରେ ଲଜ୍ଜିତ ହୋଇ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କଲେଜର ଜଣେ ଅଧ୍ୟାପିକା ଗତକାଲି ରାତିରେ ଆତ୍ମହତ୍ୟା କରିଥିଲେ ।
ଅକ୍ଟୋବର ୩୦ ତାରିଖରେ ଝାରପୋଖରିଆ ଥାନାରେ ଦୁର୍ଷ୍କମର ଶିକାର ସମ୍ପର୍କରେ ଯାଇ ମାମଲା ରୁଜୁ କରିଥିଲେ । ହେଲେ ମାସେ ଯାଏଁ ଏ ବାବଦରେ କୌଣସି ପଦକ୍ଷପ ନିଆ ନଯିବାରୁ ବାଧ୍ୟ ହୋଇ ପୀଡିତା ଜଣକ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପରେ ଯେମିତି ପୋଲିସ ଚେଇଁଛି ।ଏହି ବାବଦରେ ଅବହେଳା ଯୋଗୁଁ ଝାରପୋଖରିଆ ଥାନାର ଏଏସଆଇଙ୍କୁ ଏସପି ନିଲମ୍ବିତ କରିଛନ୍ତି । ନିଲମ୍ବିତ ଏଏସଆଇ ହେଉଛନ୍ତି ପ୍ରଶାନ୍ତ ସ୍ୱାଇଁ । ପୋଲିସ ସୁଇସାଇଡ ନୋଟକୁ ଦେଉନଥିବା ସହ ଏହି ମାମଲାକୁ ଚପାଇ ଦେଉଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ।