ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆରମ୍ଭ ହେଲା ରାଜଧାନୀ ଏକ୍ସପ୍ରେସ ବସ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଉଦଘାଟନ କରିଛନ୍ତି । ୨୩ଟି ଶୀତତାପ ନିୟନ୍ତ୍ରିତ ଡିଲକ୍ସ ବସ ଚଳାଚଳ ହୋଇଛି । ରାଜ୍ୟର ୮ଟି ସ୍ଥାନକୁ ଗଢ଼ିବ ଏହି ବସ । ତେବେ ଏହି ବସରେ ରହିଛି ବହୁ ସୁବିଧା । ଏଥିରେ ମାଗଣା ୱାଇଫାଇ ଏବଂ ମୋବାଇଲ ଚାଜିଂ ପାଇଁ ସୁବିଧା ରହିଥିବା ବେଳେ ଭେଇକିଲ ଟ୍ରାକିଂ ଏବଂ ଶୁଦ୍ଧ ପାଣିର ସୁବିଧା ମଧ୍ୟ ରହିଛି । ଏହି ବସରେ ଯାତ୍ରୀମାନେ ଆରାମ ଦାୟକ ଯାତ୍ରା କରିପାରିବେ ବୋଲି ଆଶା ରଖାଯାଇଛି । ତେବେ ଏହା ବ୍ୟତିତ ମୁଖ୍ୟମନ୍ତ୍ରୀ ଆଉ ଚାରୋଟି ଭଲଭୋ ବସର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି ବସ ଗୁଡିକ ଅନ୍ତରାଜ୍ୟ ପରିବହନ କରିବ । ଭୁବନେଶ୍ୱର-କୋଲକାତା,ପାରାଦ୍ୱୀପ-ବିଜୟୱାଡା ଆଦି ଯାତ୍ରା କରିବ ।
ଗୋଟିଏ ପରେ ଗୋଟିଏ ଯୋଜନାର ଶୁଭାରମ୍ଭ କରି ଚର୍ଚ୍ଚାରେ ରହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କାଳିଆ ହେଉ ବା ରାତ୍ରିରେ ଆହାର । ତେବେ ଏହି ବସ ଶୁଭାରମ୍ଭ କରିବା ପରେ ଯାତ୍ରୀମାନେ ବହୁତ ଖୁସିଥିବା ଦେଖିବାକୁ ମିଳୁଛି । ନିକଟରେ ରାଜଧାନୀରେ ମୋ ବସ,ମୋ ସାଇକେଲ ଗଢ଼ିବା ପରେ ବେଶ ଚର୍ଚ୍ଚାରେ ରହିଥିଲେ ମୁଖ୍ୟମନ୍ତ୍ରୀ । ନିର୍ବାଚନ ପାଖେଇ ଆସୁଥିବାରୁ ଭୋଟ ବ୍ୟାଙ୍କ ହାତେଇବା ପାଇଁ ନବୀନଙ୍କ ଏହା ଏକ ଚାଲ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।