ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାକ୍ଷୀ ଗୋଟେ ଶବ୍ଦ ନୁହେଁ । ରାକ୍ଷୀ ହେଉଛି ଭାଇ ଭଉଣୀର ସଂମ୍ପର୍କକୁ ମଜବୁତ କରିବା ପାଇଁ ସୂତା ଖଣ୍ଡିଏ । ଏହି ସୂତା ଖଣ୍ଡିକୁ ଭଉଣୀ ତା ଭାଇ ହାତରେ ବାନ୍ଧି ଦେଇ ସାରା ଜୀବନକୁ ରକ୍ଷା କରିବ ବୋଲି ପ୍ରତିଶୃତି ମାଗିଥାଏ । ସେହିପରି ଭାଇ ମଧ୍ୟ ଭଉଣୀକୁ ସାରା ଜୀବନ ଖୁସୀରେ ରଖିବାକୁ ପ୍ରତିଶୃତି ଦେଇଥାଏ । ଭଉଣୀର ଆଖିରୁ ଲୁହ ଝରିବା ପୂର୍ବରୁ ପାଦରେ କଣ୍ଟା ଫୁଟିବା ଆଗରୁ ଦୁନିଆର ପ୍ରତ୍ୟକ ଭଶି ତା ଭଉଣୀ ପାଖରେ ଛାଇ ଭଳି ରହି ଡରି ନଯିବାକୁ ପରାମର୍ଶ ଦେଇଥାଏ ।
ସେହିପରି ଏହି ପବିତ୍ର ଦିନରେ ଭାଇର ଶୁଭ ମନାସୀବା ସଙ୍ଗେସଙ୍ଗେ ଭାଇ ଜଗତଜିତା ହେଉ ବୋଲି ଭଉଣୀ ଇଶ୍ୱରଙ୍କୁ ପ୍ରାର୍ଥନା କରିଥାଏ । ଦୁନିଆରେ ଭାଇ ଥିବା ପର୍ଯ୍ୟନ୍ତ ଭଉଣୀର ବାଟରେ କେବେ ବି କଣ୍ଟା ପଡି ନ ଥାଏ । କାରଣ ଭଉଣୀ ଚାଲିବା ପୂର୍ବରୁ ଭାଇକୁ ଯେତେ କଷ୍ଟ ହେଲେବି ସେ କଣ୍ଟା ପଥରକୁ ସେ ଆଦରି ନେଇଥାଏ । ତେବେ ପୁରାଣ ଅନୁସାରେ ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୌଣସି ବିପଦ ନଆସୁ ଏହା ବିଷ୍ଣୁ ଚାହୁଁ ଥିଲେ ।
ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗ କରି ବଳିର ରାଜ ପ୍ରାସାଦରେ ଅବସ୍ଥାନ କଲେ । ଏହା ମହାଲକ୍ଷ୍ମୀ ଚାହୁଁ ନଥିଲେ । ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ । ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା । ଲକ୍ଷ୍ମୀ କ’ଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ