ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତାକାଲି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ଶୁଭ ମନାସିବ । ଆଜିର ଏହି ଶୁଭ ଦିନଟିକୁ ବର୍ଷେ ହେଲା ଭଉଣୀ ଟିଏ ଅନାଇ ରହିଥାଏ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ । ପୁରାଣ ଅନୁସାରେ ଏହି ଦିନରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇର ଲମ୍ଭା ଆୟୁଷ କାମନା କରିଥାଏ । ସେହିଭଳି ଭାଇ ଭଉଣୀକୁ ସୁରକ୍ଷା ଦେବା ପାଇଁ ପ୍ରତିଶୃତି ଦେଇଥାଏ । ସେହଭଳି ଏହି ପୂଜାର ବିଧିବି ପୁରା ନିଆରା ।
ଭଉଣୀ ଭାଇର ମଥାରେ ଚନ୍ଦନ ଟିକା ମାରି ଧୂପଦୀପ ଦେଇ ପୂଜା କରିଥାଏ । ତେବେ ଆମେ ସମସ୍ତେ ଜାଣିଛେ ଏହି ଦିନର ପୁରା ଦିନଟା ରାକ୍ଷି ବନ୍ଧା ହୋଇଥାଏ । ମାତ୍ର ଅନେକ ଲୋକ ଏ କଥା ଜାଣି ନଥାନ୍ତି ଏଥିପାଇଁ ଏକ ଶୁଭ ମୂହୂର୍ତ୍ତ ରହିଥାଏ ବୋଲି ।
ତେବେ ଚଳିତ ବର୍ଷ ରକ୍ଷା ବନ୍ଧନର ଶୁଭ ମୂହୂର୍ତ୍ତ ରହିଛି ସକାଳ ୫ ଟା ୫୪ ମିନିଟରୁ ସନ୍ଧ୍ୟା ୫.୫୯ ମିନିଟ ପର୍ଯ୍ୟନ୍ତ ରହିଛି । ସେହିଭଳି ରାହୁକାଳ ଅପରାହ୍ନ ୨ ଟା ୩ରୁ ୩ ଟା ୪୧ ପର୍ଯ୍ୟନ୍ତ । ସେହିଭଳି ଦିନ ୧୧ ଟା ୫୯ ରୁ ଦିନ୧୨ଟା ୫୨ ମଧ୍ୟରେ ଭାଇ ହାତରେ ରାକ୍ଷୀ ବାନ୍ଧିଲେ ଭାଇର ସ୍ୱାସ୍ଥ୍ୟ ଭଲ ରହିଥାଏ ।