ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ଅବସରରେ ଲୋକଙ୍କ ଦାବି ଅନୁଯାୟୀ ଲୋକପ୍ରିୟ ଧାରାବାହିକ ରାମାୟଣକୁ ପୁନଃ ପ୍ରସାରଣ କରାଯାଇଛି । ଏହି ଧାରାବାହିକ ଆରମ୍ଭ ହେବା ପରଠାରୁ ଏହାକୁ ଦେଶବ୍ୟାପୀ ୧୭ କୋଟି ଲୋକ ଦେଖୁଥିବା ଜାଣିବାକୁ ମିଳିଛି । ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉଁସିଲ ଅନୁଯାୟୀ ହିନ୍ଦୀରେ ଏପର୍ଯନ୍ତ ସବୁଠାରୁ ଅଧିକ ଲୋକ ଏହି ଧାରାବାହିକକୁ ଦେଖିବାକୁ ପସନ୍ଦ କରୁଛନ୍ତି । କରୋନା ଯୋଗୁଁ ଦେଶବ୍ୟାପୀ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଇତିମଧ୍ୟରେ ରାମାୟଣକୁ ପୁନଃ ପ୍ରସାରଣ କରିବା ପାଇଁ ନିଷ୍ପତି ନିଆଯାଇଛି ।
ବାର୍କ ମୁତାବକ, ଆମେ ୨୦୧୫ ରୁ ଟିଭି ଅଡିଏନ୍ସ କୁ ମାର୍କ କରୁଛୁ, ସେହି ସମୟରେ କୌଣସି ହିନ୍ଦୀ ସୋ’ର ଏତେ ରେଟିଙ୍ଗ ନଥିଲା ଏବେ ଯେତିକି ରେଟିଙ୍ଗ ରାମାୟଣ ପୁନଃ ପ୍ରସାରଣରେ ମିଳୁଛି ।
ସେହିପରି ପ୍ରସାର ଭାରତୀର ସିଇଓ ଶଷି ଶେଖର ବି କହିଛନ୍ତି କି, ରାମାୟଣ ପାଇଁ ରେକର୍ଡ କରିଛି ଦୁରଦର୍ଶନ । ଏଥିରୁ ସ୍ପଷ୍ଟ ହେଉଛି କି କରୋନା ମୁକାବିଲା ମଧ୍ୟରେ ଲୋକେ ରାମାୟଣ ଦେଖିବାକୁ ପସନ୍ଦ କରୁଛନ୍ତି ।