ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପବିତ୍ର ମହାଶିବରାତ୍ରୀ । ଏଥିପାଇଁ ଚଳଚଞ୍ଚଳ ସମସ୍ତ ଶୈବପୀଠ । ଦେବ ଦେବ ମହାଦେବଙ୍କ ଦର୍ଶନ ନିମେନ୍ତ ଶୈବ ମନ୍ଦିରଗୁଡିକରେ ଭକ୍ତଙ୍କର ଭିଡ ଦେଖିବାକୁ ମିଳୁଛି । ତେବେ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ନିଜ ସୋସିଆଲ ମିଡିଆ ସାଇଡ ଟ୍ୱିଇଟର ମାଧ୍ୟମରେ ଜନସାଧାରଣକୁ ଶୁଭେଚ୍ଛା ଜଣାଇ କହିଛନ୍ତି, ମହା ଶିବରାତ୍ରର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା । ଭଗବାନ ଶିବଙ୍କ ଶୁଭ ଦୃଷ୍ଟିରେ ସମସ୍ତଙ୍କ ସମୃଦ୍ଧି ଆସୁ ।
महाशिवरात्रि के शुभ अवसर पर सभी देशवासियों को बधाई और शुभकामनाएं। मेरी कामना है कि भगवान शिव का आशीर्वाद सभी के जीवन में सुख, शांति और समृद्धि लाए — राष्ट्रपति कोविन्द
— President of India (@rashtrapatibhvn) February 21, 2020
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି କହିଛନ୍ତି, ସମସ୍ତ ଦେଶବାସୀଙ୍କୁ ମହାଶିବରାତ୍ରିର ହାର୍ଦ୍ଦିକ ଶୁଭକାମନା । ବାବା ଭୋଳାନାଥଙ୍କ କୃପାରୁ ସମସ୍ତ ଜୀବନରେ ସୁଖ, ଶାନ୍ତି ସମୃଦ୍ଧି ଆସୁ । ଓଃ ନମଃ ଶିବାୟ କହି ଦେଶ ବାସୀଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।
आप सभी को महाशिवरात्रि की हार्दिक शुभकामनाएं। बाबा भोलेनाथ के आशीर्वाद से सभी देशवासियों के जीवन में सुख, शांति, समृद्धि और सौभाग्य आए। ऊँ नम: शिवाय!
— Narendra Modi (@narendramodi) February 21, 2020
ଖାଲି ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତି ନୁହନ୍ତି ରାଜ୍ୟବାସୀଙ୍କ ଉଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ସମ୍ପର୍କରେ ଟ୍ୱିଟ କରିବା ସହ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଙ୍କ ମନ୍ଦିରର ଏହି ଶୋଭାବର୍ଦ୍ଧନକାରୀ ଦୃଶ୍ୟ ବେଶ ମନୋରମ । ପବିତ୍ର ମହାଶିବରାତ୍ରୀରେ ଏକ ଭବ୍ୟ ତଥା ଆଦ୍ଧାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଏହି ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭ କାମନା ।
ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରର ଏହି ଶୋଭାବର୍ଦ୍ଧନକାରୀ ଦୃଶ୍ୟ ବେଶ ମନୋରମ। ପବିତ୍ର ମହାଶିବରାତ୍ରୀରେ ଏକ ଭବ୍ୟ ତଥା ଆଦ୍ଧାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।#Mahashivratri pic.twitter.com/sH056pxQrC
— Naveen Patnaik (@Naveen_Odisha) February 21, 2020
ସେହିପରି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ନିଜ ଟ୍ୱିଟରେ ମହାଶିବରାତ୍ରୀର ଶୁଭେଚ୍ଛା ଜରାଇ କହିଛନ୍ତି, ମହାଶିବରାତ୍ରୀର ଏହି ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ମୋ ଶୁଭକାମନା । ଭଗବାନ ଭୋଳାନାଥ ସମସ୍ତଙ୍କ ଉପରେ କୃପା କରନ୍ତୁ ।
महाशिवरात्रि के पावन अवसर पर समस्त देशवासियों को अनंत शुभकामनाएं। भगवान भोलेनाथ की असीम कृपा हम सब पर बनी रहे, यही मेरी प्रार्थना है।
ॐ नमः शिवाय!#HarHarMahadev pic.twitter.com/Y0b6JQuDDb
— Dharmendra Pradhan (@dpradhanbjp) February 21, 2020
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଟ୍ଵିଟ୍ କରିଛନ୍ତି ଯେ, ମହା ଶିବରାତ୍ରୀର ଏହି ପାବନ ପର୍ବରେ ଭଗବାନ ଶିବ ଏବଂ ମା ଆଦିଶକ୍ତିଙ୍କ କୃପା ଆପଣଙ୍କ ଉପରେ ରହୁ। ପବିତ୍ର ମହା ଶିବରାତ୍ରୀ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।
महाशिवरात्रि के इस पावन पर्व पर भगवान शिव और मां आदिशक्ति की कृपा आप पर बनी रहे ।
महाशिवरात्रि की अबसर पर बहुत-बहत बधाई और शुभकामनाएं । ।
ପବିତ୍ର ମହା ଶିବରାତ୍ରୀ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । pic.twitter.com/QRHtIWj2XS— Pratap Sarangi (@pcsarangi) February 20, 2020