ବାଲେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ଆଉ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଞ୍ଚଳରେ । ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଛି । ବଡ଼ କଥା ହେଉଛି ଦୁଷ୍କର୍ମ ପରେ ନାବାଳିକାକୁ ଦୁର୍ବୃତ୍ତମାନେ ରାସ୍ତା କଡ଼ରେ ଫୋପାଡି ଦେଇଥିଲେ । ଗୁରୁତର ଅବସ୍ଥାରେ ଏବେ ନାବାଳିକାକୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏ ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ତେବେ ଦୁଷ୍କର୍ମର ଶିକାର ନାବାଳିକା ବଙ୍ଗାଳି ବୋଲି ଜଣାପଡିଛି । ସେପଟେ କେମିତି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ନିଶା ବଟିକା ଦେଇ ଦୁର୍ବୃତ୍ତମାନେ ଏଭଳି କରିଥିବା ଅନୁମାନ କରାଯାଉଛି । ସକାଳେ ରାସ୍ତାକଡ଼ରେ ନାବାଳିକଟି ପଡିଥିବା ଦେଖି ଲୋକେ ପୁଲିସକୁ ସୂଚନା ଦେଇଥିଲେ । ଏବେ ବି ନାବାଳିକା ଅବସ୍ଥା ଖରାପ ରହିଛି । ଟିକେ ସୁସ୍ଥ ହେବା ପରେ ପୂରା ଘଟଣା ସମ୍ପର୍କରେ ଜଣାପଡିବ ।