ପାରାଦ୍ୱୀପ (ଏଟିଆର ବ୍ୟୁରୋ): ପାରାଦ୍ୱୀପ ସମୁଦ୍ରରୁ ମିଳିଲା ବିରଳ ପ୍ରଜାତିର ମାଛ । ଆଜି ପାରାଦ୍ୱୀପର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀଙ୍କର ହାତରେ ଧରାପଡିଛି ଏହି ବିରଲ ପ୍ରଜାତିର ମାଛ । ଏହି ମାଛର ଓଜନ ୨ କୁଇଣ୍ଟାଲ ରହିଥିବା ଜଣାପଡିଛି । ସୂଚନାନୁଯାୟୀ , ଆଜି ଭୋରୁ ପାରାଦ୍ୱୀପ ସମୁଦ୍ରରେ କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିଲେ । ଏହିସମୟରେ ଏହି ବିରଳପ୍ରଜାତିର ମାଛ ଧରାପଡିଥିଲା । ଏହି ବିରଳ ପ୍ରଜାତିର ମାଛର ପାଟି କାଉ ଭଳି ଏହାର ଥଣ୍ଟ ଲମ୍ବା ଥିବାରୁ ଏହାକୁ କାଉ ମାଛ ବୋଲି କୁହାଯାଉଛି ।
ଏହି ମାଛର ଚାହିଦା କେରଳ ସମେତ ଅନ୍ୟ ରାଜ୍ୟରେ ଅଧିକ ଥିବା ମତ୍ସ୍ୟଜୀବୀମାନେ କହିଛନ୍ତି । ମାଛଟିର ଆକାର ଓ ଆୟତନ ଏତେ ବଡ ହୋଇଛି କି ଏହାକୁ ଦେଖିପାଇଁ ସେଠାରେ ଅଧିକ ସଂଖ୍ୟାକ ଲୋକ ଜମା ବାନ୍ଧିଛନ୍ତି । ଏହି ମାଛର ଦାମ ଅଧିକ ହୋଇନଥିବା ମତ୍ସ୍ୟଜୀବୀ କହିଛନ୍ତି । ଏହି ମାଛଟିକୁ ବିକ୍ରି କରାଯିବା ପାଇଁ ସ୍ଥାନୀୟ ଅଠରବାଙ୍କି ବାଲି ପ୍ଲଓରେ ରଖାଯାଇଛି । ତେବେ ଏହି କାଉ ମାଛଟିକୁ ଧରାଯିବା ପରେ ଜଙ୍ଗଲ ବିଭାଗକୁ ସୂଚନା ଦିଆଯାଇଥିଲା । ପୂର୍ବରୁ ପାରାଦୀପ ସମୁଦ୍ରରୁ ଏହି ପ୍ରଜାତିର ତିନିଟି ମାଛ ଧରା ଯାଇଥିଲା ।