ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ବହୁସଂଖ୍ୟକ ଟୁଇଟର୍ ବ୍ୟବହାରକାରୀ ଚଳାଇଥିବା ଅଭିଯାନରେ ଅବସାନ ଘଟିବା ଆବଶ୍ୟକ ବୋଲି ନିଜେ ରତନ କହିଛନ୍ତି । ଟ୍ୱିଟ କରି ରତନ ଟାଟା କହିଛନ୍ତି ମୁଁ ଆପଣଙ୍କ ଭାବନାକୁ ସ୍ୱାଗତ କରୁଛି । କିନ୍ତୁ ଆପଣମାନଙ୍କୁ ଏଭଳି କ୍ୟାମ୍ପେନ ବନ୍ଦ କରିବା ପାଇଁ ମୁଁ ଅନୁରୋଧ କରୁଛି ।
୮୩ ବର୍ଷିୟ ଉତ୍ତରାଧିକାରୀ ରତନ ହେଉଛନ୍ତି ହାର୍ଭାର୍ଡ ବିଜ୍ନେସ୍ ସ୍କୁଲ୍ର ସ୍ନାତକ। ଭାରତର ଅଭିବୃଦ୍ଧି ସହ କର୍ମସଂସ୍ଥାନ ସୃଷ୍ଟି କରି ସେ ଟାଟା ଶିଳ୍ପକୁ ସଫଳତାର ଶିଖରରେ ପହଞ୍ଚାଇଛନ୍ତି । ରତନ ଟାଟାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ଭାରତ ସରକାରଙ୍କୁ ଟ୍ୱିଟ କରି ଦାବି ଜଣାଇଛନ୍ତି ।