ପୁରୀ(ଏଟିଆର ବ୍ୟୁରୋ): ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଆଜି ସକାଳ ୮ଟାରୁ ରଥ କାମ ଆରମ୍ଭ କରାଯାଇଛି । ତେବେ ରଥ କାମ ଆରମ୍ଭ କରିବାକୁ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲୋଖିଥିଲେ । ଏହାର ଉତ୍ତର ଗତକାଲି ସଂନ୍ଧ୍ୟାରେ ମିଳିଥିଲା । କେନ୍ଦ୍ର ସରକାର ରଥ କାମ କରିବାକୁ ଅନୁମତି ଦେଇଥିଲେ । ହେଲେ ରଥ ନିର୍ମାଣ କାର୍ଯ୍ୟ ବେଳେ ସେବାୟତ ମାନେ କୌଣସି ପ୍ରକାରର ଧାର୍ମିକ ଏକତ୍ରୀକରଣ କରିପାରିବେ ନାହିଁ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହା ସହ ସାମାଜିକ ଦୂରତା ଓ ୫୦ ପ୍ରତିଶତ ମହାରଣାଙ୍କୁ ନେଇ ରଥ ନିର୍ମାଣ କାର୍ଯ୍ୟ କରିବାକୁ କୁହାଯାଇଛି ।
ତେବେ ଗତକାଲି କେନ୍ଦ୍ର ସରକାରଙ୍କ ପଖାରୁ ଅନୁମତି ମିଳିବା ପରେ ଜିଲ୍ଲାପାଳଙ୍କ ସହ ୩ ରଥର ମୁଖ୍ୟ ମହାରଣା ଓ ପରିଚାଳନା କମିଟିର ସଦସ୍ୟଙ୍କୁ ନେଇ ଏକ ବୈଠକ ବସିଥିଲା । ଏହି ବୈଠକରେ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ତେବେ ଆଜି ସକାଳୁ ତୁମ୍ବ ନିର୍ମାଣ କାମ ଆରମ୍ଭ ହୋଇଛି । ଆଜି ସକାଳୁ ମହାରଣା ମାନେ ସାମାଜିକତା ଦୂରତା ରକ୍ଷା କରି ଓ ମାସ୍କ ପିନ୍ଧି ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାର ଦେଖିବାକୁ ମିଳିଛି ।