ପୁରୀ (ଏଟିଆର ବ୍ୟୁରୋ); ମଙ୍ଗଳବାର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୋଇ ଯାଇଛି । ରଥ ତିଆରି କରିବା ପାଇଁ ଦରକାର ହେଉଥିବା କାଠ ସଂଗ୍ରହର ଅନୁକୂଳ ହେବ । ଏଥିପାଇଁ ମଙ୍ଗଳବାର ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଟିମ ନୟାଗଡ ବଡ ରାଉଳ ଠାକୁରାଣୀଙ୍କ ନିକଟରେ ପହଁଞ୍ଚି ଛନ୍ତି । ବଡ ଦେଉଳରୁ ମାଳ ମର୍ଦ୍ଦନ ଏବଂ ଫୁଲ ଚନ୍ଦନ ନେଇ ଠାକୁରାଣୀଙ୍କ ନିକଟ ଯାଇଛନ୍ତି । ଏଠାରେ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ କାଠ ସଂଗ୍ରହ କାମ ଆରମ୍ଭ ହେବ ।
ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ । କିନ୍ତୁ ପୂର୍ବ ବର୍ଷ ୧୯୬ ଖଣ୍ଡ କାଠ ବଳିପଡିଥିଲା । ଏଣୁ ଚଳିତ ବର୍ଷ ରଥ କାଠ ପାଇଁ ୬୭୦ ଖଣ୍ଡ କାଠ ଆବଶ୍ୟକ । ଏହି କାଠ ସଂଗ୍ରହ କାର୍ଯ୍ୟକ୍ରମ ବୁଧବାର ଠାରୁ ଆରମ୍ଭ ହେବ । କାଠ ସଂଗ୍ରହ ହେବା ପରେ ରଥ ଖଳାକୁ ଯାଇଥାଏ । ସେଠାରେ ଯିବା ପରେ ରଥକାମ ଆରମ୍ଭ ହୋଇଥାଏ । ପ୍ରତିବର୍ଷ ଏହି ରଥ କାଠ ନୟାଗଡ ଜିଲ୍ଲାରୁ ଆସିଥାଏ ।