ଭୁବନେଶ୍ୱର (ଏଟିଆର ବ୍ୟୁରୋ):କରୋନା ମହାମାରି କାଳରେ ଗୋଟିଏ ପରେ ଗୋଟିଏ ନୂଆ ନିଷ୍ପତ୍ତି ନିଆଯାଉଥିବା ବେଳେ ଏବେ ରୋଗୀଙ୍କୁ ରାସନକାର୍ଡ଼ ମିଳିବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।ରାଜ୍ୟରେ ଗୁରୁତର ରୋଗରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାର ରାସନକାର୍ଡ଼ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
ଗରିବ ସୀମାରେଖା ତଳେ ଥିବା କ୍ୟାନସର , କୃଷ୍ଠ ଏବଂ ଏଡ଼ସ ଭଳି ରୋଗରେ ଶିକାର ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ମାଗଣା ସାମଗ୍ରୀ ଯୋଗାଇ ଦେବେ ବୋଲି ରାଜ୍ୟ ସରକାର କହିଛନ୍ତି ।ଝାଡ଼ଖଣ୍ଡର ପ୍ରଥମ ରାଜ୍ୟଭାବେ ହେମନ୍ତ ସୋରେନ ସରକାର ଏହାକୁ ଲାଗି କରିଛନ୍ତି ।
ଗୁରୁତର ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ବା ଦୁର୍ବିସହ ରେ ଜୀବନ କାଟୁଥିବା ବ୍ୟକ୍ତି ମାନେ ଉଭୟ ଅନଲାଇନ ଓ ଅଫଲାଇନ ରେ ରାସନକାର୍ଡ଼ ପାଇଁ ଆବେଦନ କରିପାରିବେ ।ଡବ୍ଲୁଡବ୍ଲୁଡବ୍ଲୁ ଡ଼ଟ୍ ଆହାର ଡ଼ଟ୍ ଝାଡ଼ଖଣ୍ଡ ଡ଼ଟ୍ ଜିଓଭି ଡ଼ଟ୍ ଇନକୁ ଯାଇ ଆପଣ ଅନଲାଇନ ଆବେଦନ କରିପାରିବେ ।