ନୂଆଦିଲ୍ଲୀ(ଏଯିଆର ବ୍ୟୁରୋ): ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ବୈଠକ ଶେଷ ହୋଇଛି । ଏଥର ରେପୋ ରେଟ୍ ଓ ରିଭର୍ସ ରେଟ୍ ଅପରିବର୍ତ୍ତିତ ରହିଛି । ଏକ ସାମ୍ବାଦିନ ସମ୍ମିଳନୀ କରି ରେପୋ ରେଟ୍ ବାବଦରେ ସୂଚନା ଦେଇଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।ରେପୋ ରେଟ୍ ୪%ରେ ରିଭର୍ସ ରେପୋ ରେଟ୍ ୩.୩୫% ଅପରିବର୍ତ୍ତିତ ରହିଛି । ୨୦୨୧-୨୨ ପାଇଁ ୧୦.୫%ଜିଡିପି ବଢିବା ଅନୁମାନ କରାଯାଉଛି । ଏମଏସଫର ତିନିଦିନିଆ ବୈଠକ ଏପ୍ରିଲ ୫ ରୁ ଆରମ୍ଭ ହୋଇ ୭ରେ ଶେଷ ହୋଇଛି ।
କରୋନା ମହାମାରୀ କାଳରେ ଦେଶରେ ଅର୍ଥନୀତିରେ ସୁଧାର ଆସିଛି । ଯଦି ବର୍ତ୍ତମାନ ସ୍ଥିତି ଗମ୍ଭୀର ରହିଛି ତେବେ କୈାଣସି ଚିନ୍ତା କରିବାର କାରଣ ନାହିଁ । ଅଭିବୃଦ୍ଧି ରେ ସ୍ଥିର ନହେବା ପର୍ଯ୍ୟନ୍ତ ରେପୋରେଟ୍ ରେ ଅପରିବର୍ତ୍ତିତ ରହିବ ବୋଲି ଗଭର୍ଣ୍ଣର କହିଛନ୍ତି । ଘରର ଇଏମଆଇ ଓ ଅଟୋ ଲୋନରେ ସୁଧର ହାର ସମାନ ରହିବ ।
୨୦୨୨ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ଆକଳନ ୧୦.୫ ପ୍ରତିଶତ ରହିଛି । ୨୦୨୨ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୧୦.୫ ପ୍ରତିଶତ ରହିବ ବୋଲି ଶକ୍ତିକାନ୍ତ ଆକଳନ କରିଛନ୍ତି । ପୂର୍ବପରି ଯଦି ସବୁ ସ୍ଥାନରେ ନାଇଟ କଫ୍ୟୁ ବା ଲକଡାଉନ ଜାରି ହେବ ତେବେ ବିଭିନ୍ନ ସ୍ଥାନରେ ଅଭିବୃଦ୍ଧି ଉପରେ ପ୍ରଭାବ ପଡିବ ।