ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ପୁଣି ଥରେ ସକ୍ରିୟ ହେବାରେ ଲାଗିଛି କରୋନା ଭୂତାଣୁ । ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ,ମହାନଗର କମିସନର ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟରେ କରୋନା ମୁକାବିଲା ନିମନ୍ତେ ସମସ୍ତେ ପ୍ରସ୍ତୁତ ରହିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।
ରାଜ୍ୟରେ ସଂକ୍ରମଣ ତୀବ୍ର ହେବାରେ ଲାଗିଛି । ଏହାସହ ଆକ୍ରାନ୍ତଙ୍କ ସଙ୍ଗରୋଧ ଓ ପୃଥକବାସ ପାଇଁ ଆଇସିୟୁ,ଡାଏଲେସିସ କେନ୍ଦ୍ର ଏବଂ ମହିଳାମାନଙ୍କ ଲାଗି ପ୍ରସ୍ତୁତ କକ୍ଷ ପ୍ରସ୍ତୁତ କରାଯିବା ଆବଶ୍ୟକ । ସେହିପରି ଘରୋଇ ଆଇସୋଲେଶନ ବେଡ,ଆଇସିୟୁ,ଡାଏଲିସିସ୍,ଲେବର ରୁମ୍ ଆଦି ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି ।
ପ୍ରଦୀପ କହିଛନ୍ତି,ରାଜ୍ୟରେ ଜତ କିଛି ଦିନ ହେବ ସଂକ୍ରମଣ ବଡିବାରେ ଲାଗିଛି ଯଦି ସାବଧାନ ଅବଲମ୍ବନ କରାନଯାଏ ତେବେ ସ୍ଥିତି ସାଂଘାତିକ ହେବ ବୋଲି ଅନୁମାନ କରାଯାଉଛି । ସବୁ ଜିଲା ସଦର ମହକୁମାରେ ଯେଭଳି ଫାଭିପିରାଭିର ଏବଂ ରେମଡେସିଭର ଭଳି ଔଷଧପତ୍ର ମହଜୁଦ୍ ରହେ ତାକୁ ଗୁରୁତ୍ବ ଦେବାକୁ ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦେଶନାମାରେ ଦର୍ଶାଇଛନ୍ତି।
ଯେଉଁ ଆକ୍ରାନ୍ତମାନେ ସଙ୍ଗରୋଧରେ କିମ୍ବା ପୃଥକବାସରେ ରହୁଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ନିୟମିତ ଭାବେ ଯେଭଳି ଯାଞ୍ଚ ହେବ ସେଥିପ୍ରତି ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କୁ ଅବଗତ କରାଇବା ଏବଂ ଏହାବାଦ୍ କରୋନା ଟିକାକରଣକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବାକୁ ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି।