ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଗକୁ ଦେଶବ୍ୟାପି ସ୍ୱାଧୀତା ଦିବସ ପାଳନ କରାଯିବ । ଏହାପୂର୍ବରୁ ଦିଲ୍ଲୀ ବିମାନ ବନ୍ଦର ଉପରେ ଅଲ୍ଲ- କାଏଦାଙ୍କ ପକ୍ଷରୁ ବିସ୍ଫୋରଣର ଧମକ ଇ-ମେଲ ମାଧ୍ୟମରେ ମିଳିଥିବା କାରଣରୁ ଏହାର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଏହାସହ ବିସ୍ପୋରଣର ଧମକ ମିଳିବା ପରେ ଭୁବନେଶ୍ୱର ବିମାନବନ୍ଦରର ସୁରକ୍ଷାକୁ ମଧ୍ୟ ବ୍ୟାପକ କରିଦିଆଯିବା ସହ ରେଡ ଆଲର୍ଟ ଜାରି କରାଯାଇଛି ।
ଏନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରି ସୂଚନା ଦେଇଛନ୍ତି । ସୂଚନାନୁଯାୟୀ , ବିମାନ ବନ୍ଦରରେ ଚେକିଂ ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବା ସହ ଟର୍ମିନାଲକୁ ଏଣ୍ଟ୍ରି ପାଇଁ ପାସ ଦିଆଯାଉନାହିଁ । ଖାଲି ସେତିକି ନୁହେଁ ଯାତ୍ରୀଙ୍କ ବ୍ୟତିତ ଅନ୍ୟ କାହାକୁ ବି କିଛି ଦିନ ପାଇଁ ଟର୍ମିନାଲ ଭିତରେ ପ୍ରବେଶ କରିବାକୁ ଅନୁମତି ଦିଆଯିବନାହିଁ । ଏହାସହ ବିମାନ ବନ୍ଦର ମଧ୍ୟକୁ ପ୍ରବେଶ କରୁଥିବା ଗାଡିଗୁଡିକ ଉପରେ ମଧ୍ୟ କଡା ନଜର ରଖାଯାଇଛି । ଖାଲି ଭୁବନେଶ୍ୱର ବିମାନ ବନ୍ଦର ନୁହେଁ ଦେଶରେ ଥିବା ସମସ୍ତ ବିମାନ ବନ୍ଦର ସୁରକ୍ଷାକୁ ଅଧିକ କଡାକଡି କରିଦିଆଯାଇଛି ।