ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ଠାରୁ ୮ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ବଢିବ । ଆଞ୍ଚଳଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ । ବର୍ଷାକୁ ଦୃଷ୍ଟିରେ ରଖି ୪ ଟି ଜିଲ୍ଲାକୁ ରେଡ ୱାର୍ଣ୍ଣି ଜାରି କରାଯାଇଥିବା ବେଳେ ୬ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି ।
ସୂଚନା ଅନୁସାରେ ରେଡ ୱାର୍ଣ୍ଣି ଜାରି ହୋଇଥିବା ଜିଲ୍ଲା ମାନଙ୍କ ମଧ୍ୟରେ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ରହିଥିବା ବେଳେ ଅରେଞ୍ଜ ୱାର୍ଣ୍ଣି ଜାରି ହୋଇଥିବା ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ଗଜପତି, ପୁରୀ, କୋରାପୁଟ, ବଲାଙ୍ଗିର, ରାୟଗଡ଼ା ଓ ନୂଆପଡ଼ା । ଅନ୍ୟପଟେ ଉପର ମୁଣ୍ଡରେ ବର୍ଷାର ପରିମାଣ ବଢୁଥିବାରୁ ହୀରାକୁଦରେ ଜଳସ୍ତର ବଢି ଚାଲିଛି । ବର୍ତ୍ତମାନ ହୀରାକୁଦରୁ ୧୨ ଟି ଗେଟ ଦେଇ ଜଳ ନିସ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୧ ଲକ୍ଷ ୩୨ ହଜାର ୧୪୬ କ୍ୟୁସେକ୍ ଜଳ । ଜଳଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି ୨ ଲକ୍ଷ ୧୪ ହଜାର ୭୩୭ କ୍ୟୁସେକ୍ ଜଳ ।