ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଚାରି ଆଡେ ବର୍ତ୍ତମାନ କରୋନା ଭୟ । ଓଡିଶାରେ କରୋନା ରୋଗୀ ଚିହ୍ନଟ ହେବା ପରେ ଲୋକ ମାନେ ଅତଙ୍କିତ ହୋଇ ପଡିଛନ୍ତି । ତେବେ କରୋନା ମୁକାବିଲା କରିବା ।ଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶ ଫେରନ୍ତା ବ୍ୟକ୍ତି ରେଜିଷ୍ଟ୍ରେସନ ପାଇଁ ଏକ ପୋର୍ଟାଲ covid19.odisha,gov.in ର ବ୍ୟବସ୍ଥା କରାଯାଇଛି । ଯଦି ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ ନକରିପାରୁଛନ୍ତି ତେବେ ୧୦୪କୁ ଫୋନ କରି ମଧ୍ୟ ରେଜିଷ୍ଟ୍ରେସନ କରିପାରିବେ । ତେବେ ବିଦେଶରୁ ଆସିବାକୁ ଥିବା ୨୪ ଘଣ୍ଟା ପୂର୍ବରୁ କିମ୍ବା ୨୪ ଘଣ୍ଟା ମଧ୍ୟରେ ରେଜିଷ୍ଟ୍ରେସନ କରିହେବ ।
ଯେଉଁମାନେ ରେଜିଷ୍ଟ୍ରେସନ କରି ହୋମ୍ ଆଇସୋଲେସନରେ ରହିବେ, ସେମାନଙ୍କୁ ୧୫ ହଜାର ଟଙ୍କାର ସହାୟତା ମିଳିବ।ଅନ୍ୟପଟେ ରାଜ୍ୟକୁ ମାର୍ଚ୍ଚ ୪ ପରେ ଆସିଥିବା ସମସ୍ତଙ୍କୁ ୪୮ ଘଣ୍ଟାର ମହଲତ ଦିଆଯାଇଛି। ଏହି ସମୟ ମଧ୍ୟରେ ସେମାନେ ପଞ୍ଜିକରଣ କରିବା ଜରୁରୀ । ଆଜି ସକାଳୁ ୧୯ ତାରିଖ ସକାଳ ୬ଟା ପର୍ୟ୍ୟନ୍ତ ରେଜିଷ୍ଟ୍ରେସନ କରିପାରିବେ ଏବଂ ସେମାନେ ନିଜ ସମ୍ପର୍କରେ ତଥ୍ୟ ଦେଲେ ନିଜ ଘରେ ବା ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ହେବ। ରେଜିଷ୍ଟ୍ରେସନ ନକରି ନିଜ ତଥ୍ୟ ନଦେଲେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରୀପାଠି କହିଛନ୍ତି।