ଏଟିଆର ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା-ନବୀନ କାର୍ଡ ପାଇଁ ଆବେଦନ ଓ ପଞ୍ଜିକରଣ ପ୍ରକ୍ରିୟା । ରାଜ୍ୟର ସମସ୍ତ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ପ୍ରର୍ଯ୍ୟାୟକ୍ରମେ ଏହି ଯୋଜନାକୁ ସଂପ୍ରସାରିତ କରାଯାଉଛି । ଏହି ଆବେଦନ ପ୍ରକ୍ରିୟା ଆସନ୍ତା ୧୬ ତାରିଖ ଯାଏଁ ଚାଲିବ ।
କେବଳ ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କୁ ଛାଡି ଦେଲେ ଗ୍ରାମାଞ୍ଚଳର ସମସ୍ତ ପରିବାର ଏହି ଯୋଜନାରେ ସାମିଲ ହେବେ । ଯେଉଁମାନେ ପୂର୍ବରୁ ବିଏସକେୱାଇ ରେ ନାହାନ୍ତି ସେମାନେ ସମସ୍ତେ ଏହି ନୂତନ ବିଏସକେୱାଇ ନବୀନ କାର୍ଡ ପାଇ ପାରିବେ । ଏହା ହେଉଛି ବିଏସକେୱାଇ ର ତୃତୀୟ ପର୍ଯ୍ୟାୟ ।