ପୁରୀ(ଏଟିଆର ବ୍ୟୁରୋ): ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାୟତ ମାନଙ୍କୁ ମିଳିବ ସହାୟତା ରାଶି । ଏହି ସହାୟତା ରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ । କରୋନ ମୁକାବିଲା କରିବା ପାଇଁ ଗତ ମାସ ୨୦ ତାରିଖରୁ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନକୁ ବନ୍ଦ ରଖାଯାଇଛି । ଯାହା ଫଳରେ ସେବାୟତ ମାନଙ୍କ ଆର୍ଥିକ ସ୍ଥିତିରେ ପ୍ରଭାବ ପଡିଛି । ତେବେ ଏହାକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତ ମାନଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ଦିଆଯିବ ବୋଲି ନିଷ୍ପତି ନିଆଯାଇଛି ।
ସୂଚନା ଯୋଗ୍ୟ ସାରା ବିଶ୍ୱକୁ ଏବେ କରୋନା ଚିନ୍ତା । ତେବେ ଓଡିଶାରେ ମଧ୍ୟ ଏହାର ପ୍ରଭାବ ପଡିଛି । ଯାହା ଫଳରେ ଦେକାନ ବଜାର ଠାରୁ ଆରମ୍ଭ କରି ସବୁ କିଛି ପ୍ରାୟ ବନ୍ଦ ରହିଛି । ଏହି ଭାଇରସ ବ୍ୟାପିବାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ମନ୍ଦିର, ମସଜିଦ, ଗିର୍ଜାଘର ଓ ଜନ ଗହଳିପୂର୍ଣ୍ଣ ଜାଗାକୁ ବନ୍ଦ କରିଦିଆଯାଇଛି । ଯାହା ଫଳରେ ବହୁ ଲୋକ ଆର୍ଥିକ ମାନ୍ଦା ଅବସ୍ଥା ଦେଇ ଗତି କରୁଛନ୍ତି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଲୋକ ମାନଙ୍କୁ ଯୋଗାଇ ଦେଉଛନ୍ତି ।