ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଗତ ୯ ମାସ ହେବ ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିବା ବେଳେ ରାଜ୍ୟର ସମସ୍ତ ମନ୍ଦିର ଗୁଡିକ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଯାଉଛି । ଏନେଇ ସମସ୍ତ ଜିଲ୍ଳାପାଳଙ୍କୁ ରାଜ୍ୟ ସରକାର କ୍ଷମତା ପ୍ରଦାନ କରିଛନ୍ତି ।
ନିଜ ନିଜ ଅଂଚଳରେ ଥିବା ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିବା ଲାଗି ଜିଲ୍ଲାପାଳ ମାନଙ୍କୁ କ୍ଷମତା ଦିଆଯାଇଛି ।ମନ୍ଦିର ଖୋଲିବା ନେଇ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି ।ସଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ ମଧ୍ୟ କରାଯାଇଛି ।
ତେବେ ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ସ୍ୱତନ୍ତ୍ର ଗାଇଡ ଲାଇନ ମଧ୍ୟ ଜାରି କରାଯାଇଛି । ଯେପରିକି ବାହାର ଜିଲ୍ଲାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତା ମୂଳକ । ଏବଂ ତା ସହ ମାସ୍କ ପିନ୍ଧିବା , ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ପଳନ କରିବା ବାଧ୍ୟତାମୂଳକ ।
କୋଭିଡ କଟକଣା ମଧ୍ୟରେ ପୁରୀ ଶ୍ରୀ ମନ୍ଦିର ଆସନ୍ତା ୨୩ ତାରିଖରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ପରେ ରାଜ୍ୟରେ ଧୀରେ ଧୀରେ ଅନ୍ୟ ମନ୍ଦିର ଖୋଲାଯିବ ବୋଲି ଜଣାପଡିଛି । ଜାନୁୟାରୀ ୩ ରୁ ସାଧାରଣ ଭକ୍ତଙ୍କ ପାଇଁ ଅନୁମତି ମିଳିବ ।