ନୁଆଦିଲ୍ଲୀ (ଏଟିଆର ବ୍ୟୁରୋ):୨୦୦୦ ବର୍ଷ ପୂର୍ବେ ପମ୍ପେଇର “ମାଉଣ୍ଟ୍ ଭେକଚଭିୟସ୍”ରୁ ଉଦଗୀରଣ ହୋଇଥିବା ଳାଭା ପାଉଁଶରୁ ଦୁଇଜଣ ବ୍ୟକ୍ତଙ୍କର କଙ୍କାଳ ର ଆବିଷ୍କାର ଇଟାଲିର ପ୍ରତ୍ନତାତ୍ତ୍ୱିକ ପାର୍କରେ ଗବେଷଣ କରିଛନ୍ତି । ଏହି ଦେହାବିଶେଷ ୭୯ ଶତାଦ୍ଦୀର ଜଣେ ଧନୀବ୍ୟକ୍ତି ଓ ତାଙ୍କ କ୍ରୀତଦାସଙ୍କର ବୋଲି ବିଶ୍ୱସ କରାଯାଇଛି । ପମ୍ପେଇ ସୀମାନ୍ତ ଅଞ୍ଚଳରେ ଥିବା ଗ୍ରାଣ୍ଡ୍ ଭିଲ୍ଲା ଧ୍ୱଂସାବଶେଷ ଉତ୍ଖନନ ସମୟରେ ଏହି ଦେହାବଶେଷ ଦୁଇଟି ବାହାରିଥିବା କଥା ସରକାରୀସୂତ୍ରରୁ ଜଣାପଡ଼ିଛି
୨୦୧୭ ରେ ଏହି ଅଞ୍ଚଳରୁ ତିନୋଟି ଲଗାମ ଦିଆ ଘୋଡ଼ାଙ୍କର ଦେହାବଶେଷ ଆବିଷ୍କାର ହୋଇଥିଲା । ଏଥିରେ ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କର କ୍ରୀତଦାସଙ୍କର ଚିତି ହୋଇ ପରସ୍ପର ପାଖାପାଖି ହୋଇ ପଡ଼ିଥିବା ଆବିଷ୍କାର କରାଯାଇଥିଲା । ୬.୫ ଫୁଟ ଗଭୀର ଧୂସର ପାଉଁଶ ସ୍ତର ମଧ୍ୟରେ ଉଭୟ ପୋତି ହୋଇ ପଡ଼ିଥିଲେ ବୋଲି ଜଣାପଡ଼ିଛି । କ୍ରୀତଦାସଟି ତରୁଣ ଏବଂ ଧନୀ ବ୍ୟକ୍ତି ଜଣ ବୟସ୍କ ଥିବା କଥା ସେମାନଙ୍କ ପୋଷାକ ଓ ଚେହେରାରୁ ଅନୁମାନ କରାଯାଇଛି । ସମ୍ପ୍ରତି ଇଟାଲିର ଦ୍ୱିତୀୟ ପ୍ରମୁଖ ପର୍ୟ୍ୟଟକ ଆକର୍ଷଣ ସ୍ଥଳ ପମ୍ପେଇ ୭୯ ଖ୍ରୀଷ୍ଟାବ୍ଦରେ ‘ମାଉଣ୍ଟ୍ ଭେଜୁଭିୟସ୍’ ଉଦ୍ଗୀରଣ ଯୋଗୁଁ ପାଉଁଶରେ ପୋତି ହୋଇ ପଡ଼ିଥିଲା ।