ମୁମ୍ବାଇ(ଏଟିଆର ବ୍ୟୁରୋ): ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡିସୁଜା ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ହାର୍ଟ ହାଟକ କାରଣରୁ ସେ ମୁମ୍ବାଇ ସ୍ଥିତ କୋକିଲାବେନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୁର୍ବାପେକ୍ଷା ସୁସ୍ଥ ରହିଛି ବୋଲି ଡାକ୍ତର କହିଛନ୍ତି । ଏବଂ ଏନେଇ ରେମୋ ନିଜେ ସୋଶିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ।
ଏହା ସହ ରେମୋଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବହୁତ ଗୁଡିଏ ବେଲୁନ ସହ ତାଙ୍କର ସ୍ୱାଗତ କରିବା ସହ ଗଣପତି ବାପାଙ୍କ ଗୀତ ମଧ୍ୟ ଶୁଣିବାକୁ ମିଳିଥିଲା ।
ରେମୋ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବେସ ଖୁସି ଅଛନ୍ତି ।ଏବେ ସେ ସାମାନ୍ୟ ଦୁର୍ବଳ ଥିବାରୁ କାମରେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି ।