ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କରୋନା ଟିକାକରଣ ପରେ ପ୍ରଦାନ କରାଯାଉଥିବା ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟାଇବା ଲାଗି ଭାରତରେ ନିର୍ବାଚନ କମିସନ୍ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ କହିଛି । ୫ ଟି ରାଜ୍ୟର ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନର ଏଭଳି ନିଷ୍ପତ୍ତି ନେଇଛନ୍ତି ।
କେର,ପଣ୍ଡିଚେରୀ,ତାମିଲନାଡୁ,ପଶ୍ଛିମବଙ୍ଗ ଓ ଆସାମରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ନିର୍ବାଚନ କମିଶନର ଘୋଷଣା କରିଛନ୍ତି ଟିକାକରଣ ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଚାର ନିମନ୍ତେ ତାଙ୍କ ଫଟୋ ବ୍ୟବହାର କରିପାରିବେ ନାହିଁ ।କୋଭିଡ୍ ଟିକାକରଣ ସାର୍ଟିଫିକେଟ୍ରେ ଥିବା ‘ଫଟୋ’କୁ ତୃଣମୂଳ କଂଗ୍ରେସ ‘ପ୍ରଧାନମନ୍ତ୍ରୀଙ୍କଦ୍ୱାରା ସରକାରୀ ଦଳର ଅପବ୍ୟବହାର’ ବୋଲି କହିଛି।ଏହି ଆଦେଶନାମା ଦେଶର ସବୁ ରାଜ୍ୟ ନିମନ୍ତେ ଲାଗୁ ହେବ ।