ବୌଦ୍ଧ( ଏଟିଆର ବ୍ୟୁରୋ) : ତେଲ ନଦୀରେ ଭାସୁଛି ଏକ ମୃତ ଦେହ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ । ଖବର ମୁତାବକ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ତେଲ ନଦୀ ଘାଟରେ ଜଣଙ୍କ ବ୍ୟକ୍ତି ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ତେବେ ମୃତକଙ୍କ ପରିଚୟ ଏଯାବତ ମିଳିପାରି ନାହିଁ ।
ସୂଚନା ଅନୁସାରେ ଆଜି ସକାଳେ ଗ୍ରାମବାସୀ ମାନେ ତେଲ ନଦୀ ଆଡେ ଯାଇଥିବା ବେଳେ ସେଠାରେ କପଡାରେ ଗଡା ହୋଇ କିଛି ଭାସୁଥିବାର ଲୋକମାନେ ଦେଖିଥିଲେ । ଲୋକମାନଙ୍କର ସନ୍ଦେହ ହେବାରୁ ସେମାନେ ଏ ନେଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଲୋକଟିକୁ ମାରି କେହି କପଡାରେ ଗୁରେଇ ନଦୀରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି ।