ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତକାଲି ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରାଯାଇଛି । ୯ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ସଚିବଙ୍କ ସ୍ଥାନରେ ନୂଆ ଅଫିସରଙ୍କୁ ଅବସ୍ଥାପିତ କରାଯାଇଛି । ଏନେଇ ଗତ କାଲି ସନ୍ଧ୍ୟାରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଇଛି । କେନ୍ଦ୍ରପଡା, ବାଲେଶ୍ୱର , ନୂଆପଡା ,କୋରାପୁଟ, ବୌଦ୍ଧ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଝାରସୁଗୁଡା ଜିଲ୍ଲାରେ ଜିଲ୍ଲାପାଳଙ୍କ ବଦଳି କରାଯାଇଛି । କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ସମାଜକଲ୍ୟାଣ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ନିର୍ଦ୍ଦେଶକ ସମେତ ଓଏମବିଏଡିସିର ସିଇଓ ଅବସ୍ଥାପିତ କରାଯାଇଛି ।
ଜଗତସିଂପୁର ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ।ଖୋର୍ଦ୍ଧା ଜିଲ୍ଲାପାଳ ଭୂପେନ୍ଦର ଏସ୍.ପୁନିଆ ଓପେପା ପ୍ରକଳ୍ପ ନିର୍ଦ୍ଦେଶକ ଅବସ୍ଥାପିତ ହୋଇଥିବା ବେଳେ ଅତିରିକ୍ତ ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଦାୟିତ୍ୱ ମଧ୍ୟ ତୁଲାଇବେ। କେନ୍ଦ୍ରାପଡା ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ ଭୁବନେଶ୍ୱର ମହାନଗର ନିଗମ କମିଶନର ଅବସ୍ଥାପିତ କରାଯିବା ସହ ଅତିରିକ୍ତ ଭାବେ ଭୁବନେଶ୍ୱର ସ୍ମାର୍ଟ ସିଟି ସିଇଓ ଏବଂ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଛି କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତିଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ନୂଆପଡା ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କୁ କୋରାପୁଟ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ବୌଦ୍ଧ ଜିଲ୍ଲାପାଳ ଶିତାଂଶୁ କୁମାର ରାଉତ ଖୋର୍ଦ୍ଧା ଜିଲ୍ଲାପାଳ ଅବସ୍ଥାପିତ ହୋଇଛନ୍ତି । ଝାରସୁଗୁଡା ଜିଲ୍ଲାପାଳ ବିଭୂତି ଭୂଷଣ ଦାସ ରାଜସ୍ୱ ଓ ବପିର୍ୟ୍ୟ ପ୍ରସମନ ବିଭାଗ ଅତିରିକ୍ତ ଶାସନ ସଚିବ ଭାବେ ନୂଆ ନିଯୁକ୍ତି ପାଇଛନ୍ତି ।
ତେବେ ଜାଣନ୍ତୁ ଜିଲ୍ଲାପାଳ ବଦଳିଥିବା ଜିଲ୍ଲାରେ କିଏ ଜିଲ୍ଲାପାଳ । କେନ୍ଦ୍ରାପଡା- ସମର୍ଥ ବର୍ମ,କୋରାପୁଟ – ଡଃ ପୁମା ଟୁଟୁ, ନୂଆପଡା- ମଧୁସ୍ମିତା ସାହୁ, ବାଲେଶ୍ୱର- କେ ସୁଦର୍ଶନ ଚକ୍ରବର୍ତ୍ତୀ, ବୈଦ୍ଧ – ଲଲାଟେନ୍ଦୁ ମିଶ୍ର, କଟକ- ଭବାନୀ ଶଙ୍କର ଚଇନି, ଜଗତସିଂହପୁର- ସଂଗ୍ରାମ କେଶରୀ ମହାପାତ୍ର, ଖୋର୍ଦ୍ଦା- ଶୀତାଶୁଂ କୁମାର ରାଉତ, ଝାରସୁଗୁଡା- ଜ୍ୟୋତି ରଞ୍ଜନ ରାଉତ, ନୂଆପଡା – ମଧୁସ୍ମିତା ସାହୁ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅବସ୍ଥାପିତ ଥିବା ନିରଞ୍ଜନ ସାହୁଙ୍କୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ସମେତ ରାଜ୍ୟ ଶ୍ରମ ଆୟୋଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।