କଳାହାଣ୍ଡି (ଏଟିଆର ବ୍ୟୁରୋ); ଦୀର୍ଘଦିନ ହେବ ଚର୍ଚ୍ଚାରେ ରହି ଆସୁଛି ଆବାସିକ ବିଦ୍ୟାଳୟ । ସେ ଛାତ୍ରୀଙ୍କୁ ନିର୍ଯ୍ୟାତନା ହେଉ ବା ଛାତ୍ରୀ ଗର୍ଭବତୀ । ଏଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହି ଆସୁଛି ରାଜ୍ୟର ବିଭିନ୍ନ ଆବାସିକ ବିଦ୍ୟାଳୟ ତେବେ ପୁଣି ଆବାସିକ ବିଦ୍ୟାଳୟର ଅବ୍ୟବସ୍ଥା ନଜରକୁ ଆସିଛି । କଳାହାଣ୍ଡି ଜିଲ୍ଲା ରେ ଦିନୁ ଦିନ ଆବାସିକ ବିଦ୍ୟାଳୟ ଗୁଡିକରେ ବିଶେଷ କରି ଅବ୍ୟବସ୍ଥା ଦେଖିବାକୁ ମିଳିଛି । କିଛି ଅଧିକାରୀଙ୍କ ଛତ୍ରଛାୟାରେ ପରିଚାଳିତ ହେଉଛି ଏହି ଆବାସିକ ବିଦ୍ୟାଳୟ । ନିଜେ ଲାଭବାନ ହେବା ପାଇଁ ପିଲାଙ୍କୁ ବିଭିନ୍ନ ଅସୁବିଧାର ସମୁଖୀନ ହେବାକୁ ପଡୁଛି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଚିଲଗୁଡା ସର୍ବମଙ୍ଗଳା ସରକାରୀ ଉଚ୍ଚ ବିଦ୍ୟାଳୟରେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆସିଛି ଅଭିଯୋଗ । ନିଜର ସ୍ୱାର୍ଥ ରଖି ବିଦ୍ୟାଳୟକୁ ପରିଚାଳନା କରୁଥିବା ଅଭିଯୋଗ ଆଣି ସ୍ଥାନୀୟ ଲୋକ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।
ସୂଚନା ଅନୁଯାୟୀ ୧୯୬୯ରେ ସ୍ଥାପିତ ଏହି ବିଦ୍ୟାଳୟରେ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟୀତିଙ୍କ ସ୍ୱାମୀ ଏଠାରେ ଛାତ୍ରୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ଦେବା ନେବା ବୁଝାଶୁଝା କରୁଛନ୍ତି । ମାତ୍ର ଛାତ୍ରୀମାନେ ୨ ବର୍ଷ ହେବ ଏଠାରେ ଚପଲ ପାଇ ନାହାଁନ୍ତି । ଏବଂ ଏଠାରେ ଖାଦ୍ୟ ଖସଡା ଅନୁଯାୟୀ ଖାଦ୍ୟ ମଧ୍ୟ ଦିଆ ଯାଉନାହିଁ । ମାତ୍ର ଯଦି ଏହାକୁ କେହି ଛାତ୍ରୀ ବିରୋଧ କରେ ତେବେ ପ୍ରଧାନ ଶିକ୍ଷୟିତୀ ତାଙ୍କୁ ମାଡ ମାରୁଛନ୍ତି ବୋଲି ଅଭିଯୋଗ ହେଉଛି । ଯାହାକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଅଶାନ୍ତି ଦେଖା ଦେଇଛି । ଏହାକୁ ନେଇ ଛାତ୍ରୀମାନେ ରାସ୍ତା ଅବରୋଧ କରିଥିଲେ ମଧ୍ୟ ଏମାନଙ୍କୁ ଫୁସୁଲେଇ ହଷ୍ଟେଲକୁ ନେଇ ଆସିଥିଲେ ପ୍ରଧାନ ଶିକ୍ଷୟୀତ୍ରି । ଏବେ ପ୍ରଶ୍ନ ଉଠିଛି ଏମାନଙ୍କ ଦୁଃଖ ଶୁଣୁଛି କିଏ?
ବିଦ୍ୟାଳୟରେ ଛାତ୍ରୀଙ୍କ ଖାଦ୍ୟ ଦେବା ପାଇଁ ତିଆରି କରାଯାଇଥିବା ସ୍କୁଲ ପରି ଚାଳନା କମିଟି ନାମକମାତ୍ର । ଏମାନେ ମଧ୍ୟ ପ୍ରଧାନ ଶିକ୍ଷୟୀତ୍ରିଙ୍କ ଇଙ୍ଗିତରେ ପରି ଚାଳିତ । ପିଲାମାନେ ଯେତେ ଅସୁବିଧାରେ ରହିଲେ ମଧ୍ୟ ଏମାନଙ୍କ ସ୍ୱର ଉତ୍ତୋଳନ କରିବା ପାଇଁ କେହି ବାହାରୁ ନାହାଁନ୍ତି । ସେପଟେ ଏହି ଛାତ୍ରୀମାନେ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଭୋଗୁଥିବା ମଧ୍ୟ ଅଭିଯୋଗ ଆସିଛି । ବିଦ୍ୟାଳୟର ପରିଚାଳନା ଦାୟିତ୍ୱରେ ଥିବା ସଭାପତି ଗୋପାଳ ଏମାନଙ୍କ ଦୁଃଖ କଣ ବୁଝିବେ ସେ ନିଜେ ଛାତ୍ରୀମାନଙ୍କୁ ନିର୍ଯ୍ୟାତନା ଦେଉଛନ୍ତି । ସଂନ୍ଧ୍ୟା ହେଲେ ସେ ମଦ ପିଇ ଆସି ଅବାଧ ଭାବରେ ଛାତ୍ରୀଙ୍କ ରୁମରେ ପ୍ରବେଶ କରୁଛନ୍ତି । ଏବଂ ଛାତ୍ରୀଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରୁଛନ୍ତି । ଏଣୁ ସାଧାରଣ ଲୋକ ଏହି ଘଟଣାର ଉଚ୍ଚସ୍ତରୀୟ ଦାବି କରିଛନ୍ତି ।