ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଦେଖିବାକୁ ମିଳିଛି । ଦୈନିକ ସଂକ୍ରମଣଙ୍କ ସଂଖ୍ୟା ୬ହଜାର୩୯ହଜାରରେ ପହଞ୍ଚଛି । କିଛି ରାଜ୍ୟରେ କରୋନା ସଂକ୍ରମଣ କାରଣରୁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଏଭଳି ସ୍ଥିତିରେ ଚଳିତବର୍ଷ ହୋଲି ବିପଦଜନକ ବୋଲି କୁହାଯାଇପାରେ । ହୋଲିରେ ଲୋକମାନେ ପରସ୍ପର ସହିତ ରଙ୍ଗ ଲଗାଉଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା କରାଯାଉଛି ।
ତେବେ ରାଜ୍ୟ ସରକାର ହୋଲି କଟକଣା ନେଇ ଏପର୍ଯ୍ୟନ୍ତ କୈାଣସି କଟକଣା ଲାଗୁ କରି ନାହାନ୍ତି । ତେଣୁ ଚଳିତ ବର୍ଷ ହୋଲିଠାରୁ ଯଥାସମ୍ଭବ ଦୂରରେ ରହିବା ପାଇଁ ଡା.ମିଶ୍ର କହିଛନ୍ତି । ବିଶେଷଜ୍ଞମାନେ ହୋଲିକୁ ଅତ୍ୟନ୍ତ ସତର୍କତାର ସହ ପାଳନ କରିବା ପାଇଁ ଗୁରୁତ୍ୱ ଦେଇଛନ୍ତି ।
ଲୋକମାନେ କୋଭିଡ ନିୟମ ପାଳନ କରି ନିଜ ନିଜ ଘରେ ହୋଲି ପାଳନ କରିବା ଉଚିତ୍ । ଯେପରିକି ମାସ୍କ ପିନ୍ଧିବା,ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ଉପରେ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ରହିଛି । ଆମ ପାଇଁ ହୋଲି ଗୁରୁତ୍ୱପୂର୍ଣ୍ଣ ନୁହେଁ,ଜୀବନ ହେଉଛି ଗୁରୁତ୍ୱପୁର୍ଣ୍ଣ ।
ହୋଲିରେ ରଙ୍ଗ ଖେଳିସାରିବା ପରେ ସାଧାରଣତଃ ଲୋକମାନେ ନଦୀ,ପୋଖରୀ,ନାଳ ଭଳି ସ୍ଥାନରେ ଏକାଠି ଗାଧେଇବା ପାଇଁ ପସନ୍ଦ କରିଥାନ୍ତି ।ଯାହାଫଳରେ କି ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ରହଛି । ତେବେ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ କରୋନାର ଦ୍ବିତୀୟ ଲହର ଆଶଙ୍କା ରହିଛି। ତେଣୁ ଚଳିତବର୍ଷ ହୋଲିରେ କଟକଣା ଲାଗିପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।