ପୁରୀ (ଏଟିଆର ବ୍ୟୁରୋ): ପୁରୀ ଜିଲ୍ଲା ବାହାରୁ ଆସୁଥିବା ଶବ ପାଇଁ ଆଜିଠ ସ୍ୱର୍ଗଦ୍ୱାର ବନ୍ଦ । କରୋନାର ଦ୍ୱିତୀୟ ଲହରରେ ମାମଲା ବୃଦ୍ଧିକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ପୁରୀକୁ ବିଭିନ୍ନ ଜିଲ୍ଲାର ଲୋକ ଆସି ଶବସଂସ୍କାର କରୁଥିବାରୁ ପ୍ରଶାସନର ଚିନ୍ତା ବଢିଥିଲା । ସେଥିପାଇଁ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କୁ ମନା ବୋଲି ରବିବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା ।
ସେହିପରି ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ମଧ୍ୟ କଟକଣା ରହିଛି । ମହୋଦଧିରେ ଅସ୍ଥି ବିସର୍ଜନ ଏବଂ ଶ୍ରାଦ୍ଧ ପାଇଁ ବିଭିନ୍ନ ଜିଲ୍ଲାରୁ ଲୋକେ ଆସିଥାନ୍ତି । କିନ୍ତୁ କରୋନା ସଂକ୍ରମଣ ମାମଲା ବୃଦ୍ଧିକୁ ଦେଖି ଜିଲ୍ଲା ପ୍ରାଶାସନ ପକ୍ଷରୁ ଏହା ଉପରେ କଟକଣା ଲଗାଯାଇଛି ।
ଅନ୍ୟପଟେ ଜିଲ୍ଲା ଭିତର ଲୋକଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।