ପୁରୀ(ଏଟିଆର ବ୍ୟୁରୋ)): ପୁରୀ ଜିଲ୍ଲାରେ କରୋନା କଟକଣାକୁ କଡାକଡି କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ କୋଭିଡ କଟକଣାକୁ କଡାକଡି କରିଛନ୍ତି । ଏଣିକି ପୁରୀ ଗଲେ ହୋଟେଲରେ ରହିବା ପାଇଁ ହେଲେ RTPCR ରିପୋର୍ଟ ନେଗେଟିଭ ଦେବା ବାଧ୍ୟତାମୂଳକ । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଖରେ ନେଗେଟିଭ ରିପୋର୍ଟ ନଥିଲେ ହୋଟେଲରେ ରହିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କୁହାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ଅନ୍ୟ ହୋଟେଲ ଓ ରେଳ ଷ୍ଟେସନ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତିୀ ।