ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷ ଆମ୍ଭରୁ ହେବ ପିଲାଙ୍କର ରିଭିଜନ କ୍ଲାସ । ରାଜ୍ୟ ସରକାର କିଛି ଦିନ ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ବିନା ପରୀକ୍ଷାରେ ପାସ ହେବେ ବୋଲି ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନେ ସରକାରଙ୍କ ପକ୍ଷରୁ ଆଉ ଏକ ନିୟମ ଘୋଷଣା କରାଯାଇଛି ।
ବର୍ତ୍ତମାନ ପ୍ରଥମ ୨ ରୁ ୩ ମାସରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବ ।ଏହି ସମୟରେ ପୁରୁଣା କ୍ଲାସର ପାଠସବୁ ରିଭିଜନ ହେବ ।ତେବେ ଛାତ୍ରଛାତୀଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଏଭଳି ପଦକ୍ଷେପ ନେଇଛନ୍ତି । ସରକାରୀ,ସରକାରୀ ଅନୁଦାନପ୍ରାପ୍ତ,ଘରୋଇ ସ୍କୁଲ ପାଇଁ ଏହି ନିୟମ ଲାଗୁ କରାଯାଇଛି ।
ଆସନ୍ତା ଏପ୍ରିଲ ମାସରେ ଶିକ୍ଷାବର୍ଷ ଆରମ୍ଭ ନ ହୋଇ ଆସନ୍ତା ଜୁନ ମାସରୁ ଶିକ୍ଷାବର୍ଷ ଆରମ୍ଭ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ସ୍ଥିତିରେ ସ୍ଳୁଲ ଖୋଲିବା ଅସମ୍ଭବ ହୋଇପଡିଛି । ତେଣୁ ଚଳିତ ବର୍ଷ କ୍ଲାସ ହୋଇପାରିନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।