ଜଗତସିଂହପୁର (ଏଟିଆର ବ୍ୟୁରୋ) ; ନଦୀରେ ଗାଧୋଉଥିବା ବେଳେ ଜଣେ ନାବାଳକର ମୃତ୍ୟୁ ହୋଇଛି । ନଦୀ ଗାଧୁଆ ହେଲା କାଳ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂପୁର ଜିଲ୍ଳା ତିର୍ତୋଳ ଥାନା ଅନ୍ତର୍ଗତ ଛପଡା ପଞ୍ଚାୟତ ଜଇପୁର ଅଞ୍ଚଳରେ । ସ୍ଥାନୀୟ ଅଞ୍ଚଳରେ ବୋଧି ଯାଇଥିବା ହଂସୁଆ ନଦୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭତ୍ତି ହୋଇଛନ୍ତିି । ମୃତକ ଜଣକ ହେଲେ ଅଲଣାମଠ ଗାଁର ସୁବାଷ ଦାଶଙ୍କ ୧୪ ବର୍ଷିୟ ପୁଅ ସୁଧାଶୁଂ ଓରଫ ଚିକୁ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ଆହତ ଜଣଙ୍କ ହେଲେ ଜଇପୁର ସଂଜୟ ଦାଶଙ୍କ ପୁଅ ସାଗର । ଗୁରୁତର ଆହତଙ୍କୁ ଜଗତସିଂହପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ ନଦୀରେ ଗାଧୋଉଥିବା ବେଳେ ଉଭୟ ନଦୀର ପ୍ରଖର ସୁଅରେ ଭାସି ଯାଇଥିଲେ । ତେବେ ଏହା ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ ପହଁଞ୍ଚିବା ପରେ ଉଭୟଙ୍କୁ ଉଦ୍ଦାର କରିଥିଲେ । ମେଡିକାଲ ନେଇଥିଲେ । ତେବେ ଚିକୁକୁ ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ବରଣ କରିଥିଲେ । ମାମୁଁ ଘରକୁ ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ଆସିଥିଲେ ଚିକୁ ।